30.1 C
Bhubaneswar
Tuesday, June 18, 2024
Homeଦେଶ ବିଦେଶଡ୍ରଗ୍ସ ଚାଲାଣ ବେଳେ ଧରା ପଡିଲେ ଫେମସ୍‌ ରାପର୍‌ ନିକି ମିନାଜ

ଡ୍ରଗ୍ସ ଚାଲାଣ ବେଳେ ଧରା ପଡିଲେ ଫେମସ୍‌ ରାପର୍‌ ନିକି ମିନାଜ

ଆମେରିକା : ଡ୍ରଗ୍ସ ଚାଲାଣ ବେଳେ ଧରା ପଡିଲେ ହଲିଉଡର ଫେମସ୍‌ ସିଙ୍ଗର୍‌ ତଥା ରାପର୍‌ ନିକି ମିନାଜ। ତାଙ୍କୁ ବିମାନ ବନ୍ଦରରକୁ ପୁଲିସ ଗିରଫ କରିଛି। ହଲିଉଡ ସିଙ୍ଗର୍‌ ତଥା ରାପର୍ ନିକି ମିନାଜା ଏକ କନ୍ସର୍ଟ ପାଇଁ ଆମ୍ସଟର୍ଡାମରୁ ଇଂଲଣ୍ଡ ଯାଉଥିଲେ। ତେବେ ବିମାନବନ୍ଦରରେ ଡ୍ରଗ୍ସ ନେବା ଅଭିଯୋଗରେ ତାଙ୍କୁ ପୁଲିସ ଷ୍ଟେସନକୁ ନିଆଯାଇଥିଲା। ନିକିଙ୍କ ବ୍ୟାଗରୁ ମିରଜୁଆନା ତଥା ଗଞ୍ଜେଇ ଜବତ ହୋଇଥିବା ଦାବି କରାଯାଇଛି। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ପରେ ତାଙ୍କୁ ଛାଡି ଦିଆଯାଇଛି। ନିକି ପୁଲିସ କର୍ମଚାରୀଙ୍କୁ ଜରିମାନା ଦେବା ପରେ ତାଙ୍କୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି। ତେବେ ସେ ଫାଇନ୍‌ ବାବାଦକୁ କେତେ ଟଙ୍କା ଜରିମାନା ଦେଇଛନ୍ତି ସେ ସମ୍ବନ୍ଧରେ କୌଣସି ସୂଚନା ଉପଲବ୍ଧ ନାହିଁ।

ନିକି ମିନାଜ ତାଙ୍କ ମ୍ୟୁଜିକ ଆଲବମ୍‌ ‘ପିଙ୍କ ଫ୍ରାଇଡେ’ ଓ ‘ବିଲ୍‌ବୋର୍ଡ’ ନେଇ ଲାଇମ୍‌ଲାଇଟ୍‌କୁ ଆସିଥିଲେ। ସେ ନିଜର ଦମ୍‌ଦାର ଗୀତ ଓ ରାପ୍‌ ପାଇଁ ସର୍ବଦା ଲାଇମ୍‌ଲାଇଟ୍‌ରେ ରୁହନ୍ତି। କିନ୍ତୁ ଏଥର ଗୀତ ପାଇଁ ନୁହେଁ ଡ୍ରଗ୍ସ ଚାଲାଣକୁ ନେଇ ଗିରଫ ହୋଇଥିବା ଲାଗି ସେ ଚର୍ଚ୍ଚାକୁ ଆସିଛନ୍ତି। ବିମାନ ବନ୍ଦରରୁ ଗିରଫ ବେଳର ଲାଇଭ ଭିଡିଓକୁ ନିକି ମିନାଜ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ଆମେରିକା ପୁଲିସ ତାଙ୍କୁ ଗିରଫ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଡ୍ରଗ୍ସ ମାମଲାରେ ପୁଲିସ ତାଙ୍କୁ ବାରମ୍ବାର କାର୍‌ରେ ବସିବାକୁ ବାଧ୍ୟ କରୁଥିବା ଭିଡିଓରେ ନଜର ଆସିଛି। ତେବେ ନିକି ତାଙ୍କ ଓକିଲ ନଆସିବା ଯାଏଁ ଯିବେ ନାହିଁ କହୁଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking