28.1 C
Bhubaneswar
Saturday, April 27, 2024
Homeଜୀବନଶୈଳୀକରୋନା ଆକ୍ରାନ୍ତ ହୋଇଥିବା ମଧୁମେହ ରୋଗୀମାନେ ଏପରି ନିଜର ଯତ୍ନ ନିଅନ୍ତୁ

କରୋନା ଆକ୍ରାନ୍ତ ହୋଇଥିବା ମଧୁମେହ ରୋଗୀମାନେ ଏପରି ନିଜର ଯତ୍ନ ନିଅନ୍ତୁ

ଭୁବନେଶ୍ୱର :ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବା ପରେ ପରେ ବିଶ୍ବର ବହୁ ଶୀର୍ଷସ୍ତରୀୟ ବୈଜ୍ଞାନିକ ଏହାକୁ ନେଇ ବିଭିନ୍ନ ଦିଗରୁ ପରୀକ୍ଷାନୀରିକ୍ଷା ଆରମ୍ଭ କରିଛନ୍ତି। ‌କୋଭିଡ୍‌-୧୯ ସହ ମୁକାବିଲା ପାଇଁ ପ୍ରତିଷେଧକ ପ୍ରସ୍ତୁତ କରିବାରୁ ଆରମ୍ଭ କରି ଆହୁରି ବିଭିନ୍ନ ପ୍ରକାରର ଗବେଷଣା ଚଳାଇଛନ୍ତି ଗବେଷକ।

ନିକଟରେ କୋଭିଡ-୧୯କୁ ନେଇ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଟାଇପ୍‌-୨ ମଧୁମେହ ରୋଗୀମାନଙ୍କ ପାଇଁ ଏହା ବିଶେଷ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ମାତ୍ର ଭୟ କରିବାର କୌଣସି କାରଣ ନାହିଁ। ଗବେଷଣାରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଯେଉଁ ଟାଇପ-୨ ମଧୁ‌ମେହ ରୋଗୀମାନଙ୍କର ରକ୍ତରେ ଶର୍କରା ଭାଗ ଆୟତ୍ତରେ ଅଛି ସେମାନଙ୍କର କରୋନା ଭାଇରସ୍‌ ବିଶେଷ କ୍ଷତି କରିପାରିବ ନାହିଁ।
ରେନ୍‌ମିନ୍‌ ହସ୍ପିଟାଲ୍‌ ଅଫ୍‌ ଉହାନ ୟୁନିଭରସିଟିର ବରିଷ୍ଠ ଗବେଷକ ହଙ୍ଗ୍‌ଲିୟାଙ୍ଗ୍‌ ଲିଙ୍କ କହନ୍ତି, ‘ରକ୍ତରେ ଶର୍କରା ଭାଗ କମ୍‌ ଥିବା ବ୍ୟକ୍ତିଙ୍କୁ ଯେ କୋଭିଡ-୧୯ ବିଶେଷ ପ୍ରଭାବିତ କରି ପାରୁନାହିଁ ତାହା ଦେଖିବା ପରେ ଆମେ ଚକିତ ହୋଇ ପଡ଼ିଲୁ।

ପୂର୍ବରୁ ହୋଇଥିବା ଗଷେବଣାରୁ ଜାଣିବାକୁ ମିଳିଥିଲା ଯେ ମଧୁମେହ ରୋଗୀଙ୍କ କ୍ଷେତ୍ରରେ କରୋନା ଜନିତ ମୃତ୍ୟୁ ହେବାର ବେଶି ସମ୍ଭାବନା ରହିଛି। ଜର୍ଣ୍ଣାଲ୍‌ ସେଲ୍‌ ମେଟାବୋଲିଜିମ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ପୂରା ବିଶ୍ବରେ ୫୦୦ ମିଲିୟନ୍‌ରୁ ଊର୍ଧ୍ବ ବ୍ୟକ୍ତିଙ୍କ ଠାରେ ଟାଇପ୍‌-୨ ମଧୁମେହ ରହିଛି। ତେବେ ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖିଲେ କୋଭିଡ୍‌-୧୯ ପରି ମହାମାରୀ ସହ ମୁକାବିଲା ସହଜରେ କରାଯାଇପାରେ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking