28.1 C
Bhubaneswar
Saturday, April 27, 2024
Homeଓଡିଶାଭବାନୀପାଟଣା ସହରର ୱାନ ଷ୍ଟପ ସେଣ୍ଟରର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା ସହରର ୱାନ ଷ୍ଟପ ସେଣ୍ଟରର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଉପେକ୍ଷିତ ଓ ଅବହେଳିତ ନାରୀଙ୍କ ସୁରକ୍ଷା ପ୍ରଦାନ କରିବା ନିମନ୍ତେ କନ୍ଧମାଳ ଜିଲ୍ଲାର ଶୁଭଦ୍ରା ମହତାବ ସେବା ସଦନ ଦ୍ବାରା ପରିଚାଳିତ ସଖି ସଂସ୍ଥାର ଭବାନୀପାଟଣା ଶାଖାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଏକ କାର୍ଯ୍ୟକ୍ରମ ଅମନଉଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଶ୍ରୀମତୀ ଜାଜ୍ଞ୍ୟାସେନି ବେହେରା, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ମିନା ପାତ୍ର ଓ ଜିଲ୍ଲା ଆରକ୍ଷୀ ଅଧିକାରୀ କାର୍ଯ୍ୟଳୟ ପରାମର୍ଶ ଦାତ୍ରୀ ଶ୍ରୀମତୀ ଏସ. ସୁଜାତା ଉପସ୍ଥିତ ରହି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ହ୍ରାସ କରିବା ନେଇ ଆଲୋଚନା କରିବା ସହିତ ଶୋଷିତ ଓ ଅବହେଳିତ ନାରୀମାନଙ୍କୁ କିପରି ସହାୟତା ପ୍ରଦାନ କରାଯିବା ନେଇ ଆଲୋକପାତ କରିଥିଲେ ।
ଏହି ଶାଖା ଗତ ଏକ ବର୍ଷ ମଧ୍ୟରେ ସଫଳତାର ସହିତ ୬୬ଟି ମାମଲା ସମାଧାନ କରିଥିବା ନେଇ ଶାଖା ପରିଚାଳିକା ସୁଶ୍ରୀ ବିନିତା ଦାଶ ପ୍ରକାଶ କରିବା ସହିତ,ଆଗାମୀ ଦିନରେ ସଂସ୍ଥା ଦ୍ବାରା ଅନେକ ଅଭିଯୋଗର ସଫଳତାର ସହିତ ସମାଧାନ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଅନେକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking