ମରାମତି ବିହୀନ ଓଭର ବ୍ରିଜ ପାଇଁ ବଢୁଛି ଦୁର୍ଘଟଣା

keonjhar road

କେନ୍ଦୁଝର- ଦିନକୁ ଦିନ ସଡ଼କ ଜନିତ ଦୁର୍ଘଟଣା ମାତ୍ରା ବଢ଼ିବାରେ ଲାଗିଛି । ବେପରୁଆ ଗାଡି ଚାଳନା ସାଙ୍ଗକୁ ଅର୍ଧ ନିର୍ମିତ ରାସ୍ତା ଏହି ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ପାଲିଟିଛି । ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି । ଏହା ସାଙ୍ଗକୁ ଓଭରବ୍ରିଜ ଗୁଡିକ ଅର୍ଧ ନିର୍ମାଣ ଓ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ପୁନଃ ମରାମତି ନହେବା ଯୋଗୁଁ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଏପରି ଓଭରବ୍ରିଜ ଜିଲ୍ଲାର ଢେଙ୍କିକୋଟ,ରାଇସୁଆଁ, ବାଲିଆଗୋଡ଼ା ଆଦିରେ ଥିବା ବେଳେ ଏଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ର ମରାମତି ଅଭାବରୁ ଏଗୁଡିକ ମରଣଜନ୍ତା ହୋଇଛି । ବିଶେଷ କରି କେନ୍ଦୁଝର ସହର ନିକଟସ୍ଥ ଥିବା ବାଲିଆଗୋଡ଼ା ଓଭରବ୍ରିଜ ଜିଲ୍ଲା ବାସୀଙ୍କ ପାଇଁ ଅଭିଶାପ ପାଲିଟିଛି । ଏହି ବ୍ରିଜ ତଳ ଦେଇ ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଛି । କିନ୍ତୁ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ଆଣ୍ଠୁଏ ଲେଖା ଖାଲହୋଇ ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ବଡ଼ ଯାନ ସହ ଛୋଟ ଗାଡି ଗୁଡିକ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତା ପାଇଁ ବହୁ ସମୟରେ ଦୁର୍ଘଟଣା ଘଟି ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି ସାଧାରଣ ଲୋକେ । ଏନେଇ ପ୍ରଶାସନ କୁ ବାରମ୍ବାର ଜଣାଉଥିଲେ ମଧ୍ୟ କିଛି ସୁଫଳ ହେଉନଥିବା ଅଭିଯୋଗ କରିଛନ୍ତି ଲୋକେ । ଉକ୍ତ ରାସ୍ତା ର ଯଥାଶୀଘ୍ର ମରାମତି ନିର୍ମାଣ ନକଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଗଢି ଉଠିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here