29.1 C
Bhubaneswar
Saturday, April 27, 2024
Homeଓଡିଶାମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡଲାଇନ୍‌, ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନା

ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡଲାଇନ୍‌, ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନା

ଭୁବନେଶ୍ୱର: ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି । ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଓ ହୋଲି ନେଇ ସରକାର ପରାମର୍ଶ ଜାରି କରିଛନ୍ତି । ଗତବର୍ଷ ଭଳି ଚଳିତ ଥର ମଧ୍ୟ ସର୍ବସାଧାରଣସ୍ଥଳୀରେ ଲୋକେ ହୋଲି ଖେଳିପାରିବେ ନାହିଁ । ସରକାର ସର୍ବସାଧାରଣସ୍ଥଳୀରେ ହୋଲି ଖେଳିବା ନେଇ କଟକଣା ଜାରି କରିଛନ୍ତି । ଲୋକେ ନିଜ ପରିବାର ଲୋକଙ୍କ ସହିତ ଘର ଭିତରେ ହୋଲି ଖେଳିପାରିବେ । ସେହିପରି ସାଧାରଣ ଲୋକ ଯାତାୟତ କରୁଥିବା ରାସ୍ତାରେ ମଧ୍ୟ ରଂଗ ଖେଳିପାରିବେ ନାହିଁ । ସ୍ଥାନୀୟ ପରିସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର କଟକଣା ଲଗାଇ ପାରିବେ ।

ରାଜ୍ୟ ସରକାରଙ୍କର ଗାଇଡଲାଇନ୍ ଅନୁସାରେ ୨୦୨୨ ମାର୍ଚ୍ଚ ୧ ତାରିଖ ସକାଳ ୫ଟାରୁ ୩୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି । କିନ୍ତୁ ଅନ୍‌ଲକ୍ ସମୟରେ ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ କଟକଣା ସହିତ କରାଯିବ । ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ହେବ । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ ମଧ୍ୟ କୋଭିଡ କଟକଣା ଅନୁସାରେ ହେବ । ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ନିର୍ବାଚନ ରାଲି ହେବ । ସେହିଭଳି ବିବାହ, ବ୍ରତ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ୫୦୦ ଜଣଙ୍କୁ ଅନୁମତି ମିଳିବ । ଅନ୍ତ୍ୟେଷ୍ଟି କ୍ରିୟାରେ ୨୫୦ ଲୋକ ସାମିଲ ହୋଇପାରିବେ । ବିବାହ ଶୋଭାଯାତ୍ରାରେ ୧୦୦ ଜଣ ଯୋଗଦେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking