32.1 C
Bhubaneswar
Thursday, March 28, 2024
Homeଅପରାଧଭଉଣୀକୁ ମାରି ଦେବାକୁ ଧମକ ଦେଇ ଶାଳୀ ସାଥିରେ ଭିଣୋଇ....

ଭଉଣୀକୁ ମାରି ଦେବାକୁ ଧମକ ଦେଇ ଶାଳୀ ସାଥିରେ ଭିଣୋଇ….

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ଉତେଇପୁର ଗ୍ରାମର ୧୨ନମ୍ବର ୱାଡ଼ର ୱାର୍ଡ଼ମେମ୍ବର ତାଙ୍କ ଶାଳୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଅଭିଯୋଗରେ ଧୂଷୁରି ପୋଲିସ ସମୃକ୍ତ ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଧୂଷୁରି ଥାନା ଅଞ୍ଚଳରେ ଜଗନ୍ନାଥସାହି ଗ୍ରାମରେ ଧାମନଗର ଥାନା ଅଞ୍ଚଳର ଉତେଇପୁର ଗାଁ ବଳରାମ ମାଝୀଙ୍କ ପୁଅ ଗୟାଧର ମାଝୀ (୨୮) ତିନି ବର୍ଷ ତଳେ ବିବାହ କରିଥିଲେ । ମାତ୍ର ଗୟାଧର ନିଜର ପତ୍ନୀ ସହ କିଛିଦିନ ଭଲରେ ସମ୍ପର୍କ କାଟିଲାପରେ ନିଜର ଶାଳୀ ଉପରେ ଲୋଲୁପ ଦୃଷ୍ଟି ପଡିଥିଲା । ଜୋର ଜବରଦସ୍ତ ତାହା ସହ ଦୁଷ୍କର୍ମ କରିବା ପରେ ଏ ବିଷୟରେ କାହାକୁ କହିଲେ ତୋ ଭଉଣୀକୁ ମାରି ଦେବିବୋଲି ଧମକ ଦେଇଥିଲେ । ନିରୁପାୟ ହୋଇ ପିଡ଼ିତା ଶାଳୀ ଭୟରେ କହିନଥିଲେ । ତେବେ ବାରମ୍ବାର ଦୁଷ୍କର୍ମ କରିବା ନେଇ ପରିବାର ଲୋକଙ୍କୁ କହିବା ପରେ ଏ ନେଇ ଧୂଷୁରି ଥାନାରେ ଅଭିଯୋଗ କରିଥିଲେ । ପରେ ଧୂଷୁରି ଥାନାର ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗୟାଧରକୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ, ଗୟାଧର ଗତ ତ୍ରି-ସ୍ତରୀୟ ନିର୍ବାଚନରେ ଦେହୁଡି ଆନନ୍ଦପୁର ପଞ୍ଚାୟତର ୧୨ ନମ୍ବର ୱାର୍ଡର ଏକଜାତୀୟ ରାଜନୈତିକ ଦଳର ୱାଡ଼ସଭ୍ୟା ଭାବେ ନିର୍ବାଚନ ଲଡୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking