33.1 C
Bhubaneswar
Saturday, April 27, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଆମକୁ ଦେଶକୁ ଫେରାଇ ନିଅ: ଭାରତରେ ରହୁଥିବା ୟୁକ୍ରେନ ନାଗରିକ

ଆମକୁ ଦେଶକୁ ଫେରାଇ ନିଅ: ଭାରତରେ ରହୁଥିବା ୟୁକ୍ରେନ ନାଗରିକ

ନୂଆଦିଲ୍ଲୀ: ପଞ୍ଚମ ଦିନରେ ପହଞ୍ଚିଛି ରୁଷ୍‌-ୟୁକ୍ରେନ ଯୁଦ୍ଧ । ରୁଷ ପକ୍ଷରୁ ସାମରିକ ବାହିନୀ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଲଗାତର ଆକ୍ରମଣ ଫଳରେ ସମଗ୍ର ୟୁକ୍ରେନ ଥରି ଉଠିଛି । ଏହି ଭୟଙ୍କର ଯୁଦ୍ଧକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ । ଏଭଳି ପରିସ୍ଥିତିରେ ୟୁକ୍ରେନ ଜନସାଧାରଣଙ୍କ ଜୀବନ ଏକ ବଡ଼ ସଂଘର୍ଷ ପାଲଟିଯାଇଛି । ଇତି ମଧ୍ୟରେ ଭାରତରେ ରହୁଥିବା ୟୁକ୍ରେନ ନାଗରିକମାନେ ନିଜ ଘର ତଥା ପରିବାର ପାଖକୁ ଫେରିବା ପାଇଁ ଦିଲ୍ଲୀର ୟୁକ୍ରେନ ଦୂତାବାସ ସହିତ ଯୋଗାଯୋଗ କରିଛନ୍ତି । ୟୁକ୍ରେନ ନାଗରିକମାନେ ନିଜ ଦେଶ ଓ ପରିବାର ଲୋକଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟା ନାମକ ଜଣେ ୟୁକ୍ରେନ ନାଗରିକ କହିଛନ୍ତି, ‘‘ମୁଁ ୟୁକ୍ରେନ ନିକଟବର୍ତ୍ତି କୌଣସି ଏକ ଦେଶକୁ ଯିବାକୁ ଚାହୁଁଛି । ସେ ପୁନଶ୍ଚ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ଏହି ପ୍ରକାରର ଘଟଣା(ରୁଷ-ୟୁକ୍ରେନ ସଙ୍କଟ) ଘଟିବା ଅବିଶ୍ୱସନୀୟ’’ । ସେହିପରି ଆଉ ଜଣେ ୟୁକ୍ରେନ ନାଗରିକ କହିଛନ୍ତି, ‘‘ମୁଁ କିଭ୍ ଯିବାକୁ ଚାହୁଁଛି । କାରଣ ୟୁକ୍ରେନରେ ଥିବା ମୋ ପରିବାରକୁ ମୋର ଆବଶ୍ୟକତା ରହିଛି । ଲୋକମାନେ ସେଠାରେ ଖାଦ୍ୟ କିଣି ପାରୁନାହାନ୍ତି, କାରଣ ବୋମା ବିସ୍ଫୋରଣ ଚାଲିଛି । ସେଠାକାର ପରିସ୍ଥିତ ଖୁବ୍ ବିପଜ୍ଜନକ ରହିଛି’’ । ସୂଚନାଯୋଗ୍ୟ, ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକ ଓ ଛାତ୍ରମାନଙ୍କ ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଅଭିଯାନ ଚଳାଇଛନ୍ତି । ଏହାଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସ୍ୱଦେଶ ଅଣାଯାଇଛି । ଅପରପକ୍ଷେ ଭାରତରେ ଥିବା ୟୁକ୍ରେନ ନାଗରିକମାନେ ଯୁଦ୍ଧରେ ଫସି ରହିଥିବା ନିଜ ପରିବାର ପାଖକୁ ଫେରିବା ପାଇଁ ଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking