27.1 C
Bhubaneswar
Thursday, April 25, 2024
Homeଅପରାଧପେଟ୍ରୋଲ ପମ୍ପରେ ୩ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ପେଟ୍ରୋଲ ପମ୍ପରେ ୩ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ଗୁରୁଗ୍ରାମ : ଗୁରୁଗ୍ରାମରେ ଦିଲ୍ଲୀ-ଜୟପୁର ରାଜପଥରେ ଅବସ୍ଥିତ ସିଏନଜି ପମ୍ପରେ କାମ କରୁଥିବା ତିନିଜଣ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଘଟଣା ହଇଚଇ ସୃଷ୍ଟି କରିଛି । ଗତକାଲି ରାତିରେ ଏହି ଘଟଣା ଘଟିଥିବା ନେଇ ଖବର ମିଳିଛି । ମୃତ୍ୟୁବରଣ କରିଥିବା ତିନିଜଣ ଯୁବକ ସିଏନଜି ପମ୍ପରେ କାମ କରୁଥିଲେ । ସମସ୍ତେ ବାଦନା ନିବାସୀ ବୋଲି କୁହାଯାଉଛି । ସେଥିମଧ୍ୟରୁ ଜଣେ ପମ୍ପର ମ୍ୟାନେଜର ଏବଂ ଅନ୍ୟ ଦୁଇଜଣ ସହଯୋଗୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ଅନୁଯାୟୀ, ଏପର୍ଯ୍ୟନ୍ତ ପେଟ୍ରୋଲ ପମ୍ପରେ ଲଗାଯାଇଥିବା ସିସିଟିଭି କ୍ୟାମେରା ବନ୍ଦ ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଅଭିଯୁକ୍ତମାନେ କୌଣସି ପ୍ରକାର ଡକାୟତି କରିନାହାଁନ୍ତି । ଏପରିକି ମୃତକଙ୍କ ମୋବାଇଲ୍ ଫୋନ୍ ମଧ୍ୟ କାର୍ଯ୍ୟାଳୟରେ ପଡ଼ିଥିବାର ଦେଖିବାକୁ ମିଳିଛି । କାର୍ଯ୍ୟାଳୟରେ ଦୁଇ ଜଣ ଏବଂ ରାଜପଥରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି ବୋଲି କୁହାଯାଉଛି । ଉକ୍ତ ୩ ଯୁବକ ସକାଳେ ଉଠିବା ପରେ ପମ୍ପ ଖୋଲିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଆକ୍ରମଣକାରୀମାନେ ଆସି ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking