28.1 C
Bhubaneswar
Saturday, April 27, 2024
Homeଓଡିଶାସତ୍ୟବାଦୀରେ ବ୍ୟାପିଲା ଝାଡ଼ାବାନ୍ତି : ୨୦ ଆକ୍ରାନ୍ତ

ସତ୍ୟବାଦୀରେ ବ୍ୟାପିଲା ଝାଡ଼ାବାନ୍ତି : ୨୦ ଆକ୍ରାନ୍ତ

ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବିଭିନ୍ନ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ବହୁ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଖେ କିନ୍ତୁ ଏ ସମ୍ପର୍କରେ କୌଣସି ଖବର ନଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ନରେନ୍ଦ୍ରପୁର ପଞ୍ଚାୟତର ଘାସିଭବାନିପୁର ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁଁ ଧୁଳିରାମ ଜେନା (୩୦), ଶାନ୍ତନ ଜେନା (୫୪), ମିନାକ୍ଷୀ ଜେନା (୩୫), ଜନାର୍ଦ୍ଧନ ଜେନା (୪୦) ଓ ଗୀତାଞ୍ଜଳି ଭୋଇ(୨୭) ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଧୂଳିରାମ, ଜନାର୍ଦ୍ଧନ ଓ ମିନାକ୍ଷୀଙ୍କୁ ପୁରୀ ମେଡିକାଲକୁ ପଠାଯାଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷେ ମୂଳ ଅଳସା ଗ୍ରାମର ସୁବାସ ଚନ୍ଦ୍ର ପାଢ଼ୀ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ସାକ୍ଷୀଗୋପାଳ ମେଡିକାଲରେ ଗୁରୁବାର ଠାରୁ ଚିକିତ୍ସିତ ହେଉଥିଲେ ମଧ୍ୟ ମାତ୍ର ଥରଟିଏ ଡାକ୍ତର ତାଙ୍କୁ ଦେଖିବା ପାଇଁ ଆସିଥିବା ତାଙ୍କ ସ୍ତ୍ରୀ କବିତା ପାଢ଼ୀ କହିଛନ୍ତି । ନରେନ୍ଦ୍ରପୁର ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ସମ୍ପର୍କରେ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ପଞ୍ଚାୟତ ସମିତି ବୈଠକ ଓ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଓ ବିଧାୟକଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହଁ । ଖରାଦିନ ଆରମ୍ଭ ନ ହେବା ଆଗରୁ ନରେନ୍ଦ୍ରପୁର ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଦେଖାଯାଇଛି । ଦୁଷିତ ଗଡ଼ିଆ ଓ ଚୁଆ ପୋଖରୀ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସମିତିସଭ୍ୟ ପ୍ରଶାନ୍ତ ମହପ।।ତ୍ର କହିଛନ୍ତି । ତୁରନ୍ତ ଉକ୍ତ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବା ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇବାକୁ ସେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking