28.1 C
Bhubaneswar
Saturday, April 20, 2024
Homeଓଡିଶାମାନବିକତା ଦେଖାଇଲେ ଏସପି, ବିଏସଏଫ ଯବାନ

ମାନବିକତା ଦେଖାଇଲେ ଏସପି, ବିଏସଏଫ ଯବାନ

ମାଲକାନଗିର : ପୂର୍ବରୁ ବନ୍ୟା ଅଞ୍ଚଳରୁ ଗର୍ଭବତୀଙ୍କୁ ନାଳ ପାର କରାଇବା ହେଉ କି ବିଏସଏଫ୍ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା ହେଉ । ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହୁଥିବା ଜନସାଧାଣଙ୍କୁ କର୍ତ୍ତବ୍ୟଠାରୁ ଊର୍ଦ୍ଧ୍ୱରେ ସେବା ଦେଖାଇ ଆସୁଛନ୍ତି ପୁଲିସ ଓ ବିଏସଏଫ୍ । ପୁଣି ଏଭଳି ମାଗଣା ସରକାରୀ ସହାୟତା ବିଷୟରେ ଅଜ୍ଞ ଥିବା ଜଣେ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି, ମାଲକାନଗିରି ଏସପି ଓ ବିଏସଏଫ୍ ଯବାନ ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ । ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି ଖିଲାରୀ ସ୍ୱାଭିମାନ ଅଞ୍ଚଳକୁ ଯାଇଥିବା ବେଳେ ପେଟ ବ୍ୟଥାରେ ଛଟପଟ ହେଉଥିବା ଜଣେ ଯୁବକ ନିଜର ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଏହାପରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଖିଲାରୀ ତାଙ୍କୁ ମାଗଣା ସରକାରୀ ସହାୟତା ବିଷୟରେ ଅବଗତ କରାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ସ୍ୱାଭିମାନ ଅଞ୍ଚଳରେ ମୁତୟନ ହୋଇଥିବା ବିଏସଏଫ୍ କମାଣ୍ଡାଣ୍ଟ ହନ୍ତାଳଗୁଡ଼ା ଗ୍ରାମର ପିଲକୁ ଗୋଲରୀ(୨୮)ଙ୍କ ପେଟ ବ୍ୟଥା ହେଉଥିବାରୁ ତାଙ୍କର ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ କମାଣ୍ଡାଣ୍ଟ ତାଙ୍କର ଯବାନଙ୍କୁ ଯୁବକ ଜଣକଙ୍କୁ ଆଣି ଚିକିତ୍ସାଳୟରେ ଚିକିତ୍ସିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ବିଏସଏଫ୍ ଯବାନମାନେ ଗତ ୪ ମାସ ହେଲା ପେଟବ୍ୟଥାରେ ଛଟପଟ ହେଉଥିବା ରୋଗୀ ଶ୍ରୀ ଗୋଲରୀଙ୍କୁ ଜାନବାଈ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କ ପାଇଁ ଉର୍ଦ୍ଦିଷ୍ଟ ମାଗଣା ବସ ସେବା ଦ୍ୱାରା ଶୁକ୍ରବାର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବର୍ତ୍ତମାନ ସମ୍ପୃକ୍ତ ଯୁବକ ମାଗଣା ସ୍ୱାସ୍ଥ୍ୟ ସେବା ପାଇ ଖୁସି ପ୍ରକଟ କରିବା ସହ ଆଶ୍ୱସ୍ତ ଲାଭ କରିଥିବା ପ୍ରକାଶ କରିଛନ୍ତି । ଏଥିସହ ସେ ପ୍ରଥମଥର କରି ମାଲକାନଗିରି ଦେଖିଥିବା ସହ ଚିକିତ୍ସାଳୟକୁ ଆସିଥିବା ପ୍ରକାଶ କରିଛନ୍ତି । ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ଓ ବିଏସଏଫ୍ ଯବାନଙ୍କୁ ସହାୟତା ଯୋଗାଇ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆରକ୍ଷୀ ଅଧୀକ୍ଷକ ଓ ବିଏସଏଫ୍‌ର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking