40.1 C
Bhubaneswar
Thursday, April 25, 2024
Homeଅପରାଧଖୋଲିଲା ଧାନମଣ୍ଡି: ଦ୍ୱନ୍ଦରେ ଚାଷୀ

ଖୋଲିଲା ଧାନମଣ୍ଡି: ଦ୍ୱନ୍ଦରେ ଚାଷୀ

ଓଡ଼ଗା : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କେତେକ ସେବା ସମବାୟ ସମିତିରେ ଶୁକ୍ରବାର ଧାନମଣ୍ଡି ଖୋଲିଛି । ବହୁ ବିଳମ୍ବରେ ମଣ୍ଡି ଖୋଲା ହୋଇଥିଲେ ମଧ୍ୟ ନୂଆ ନିୟମ ସମ୍ପର୍କରେ ସଚେତନ ନଥିବା ଚାଷୀ ଧାନ ବିକ୍ରିକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ଡିସେମ୍ବର ମାସର ଦିତୀୟାର୍ଦ୍ଧରେ ଧାନ ବିକ୍ରି ଆରମ୍ଭ ହୋଇଥିବା ବେଳେ ସମବାୟ ସମିତିଗୁଡ଼ିକ ଗୋଟିଏ ପାଳିରେ ଅତିବେଶୀରେ ୮ରୁ ୧୦ ଜଣ ଚାଷୀଙ୍କଠାରୁ ଧାନ କିଣିପାରିବେ ବୋଲି ଜଣାଯାଇଛି । ସେହିପରି ପଞ୍ଜିକୃତ ଚାଷୀ ଟୋକନ୍ ସଂଗ୍ରହ ପରେ ନିର୍ଦ୍ଧାରିତ ଦିବସରେ ମଣ୍ଡିକୁ ଧାନ ନଆଣିଲେ ଧାନ ବିକ୍ରି ନିମନ୍ତେ ପୁନର୍ବାର ଟୋକନ୍ ପାଇଁ ଆବେଦନ କରିବାକୁ ପଡିବ ବୋଲି ସମବାୟ ସମିତି ତରଫରୁ ଜଣାପଡିଛି ।
ଏ ସମ୍ପର୍କରେ ଚାଷୀମାନଙ୍କୁ ଠିକ୍ ଭାବେ ସଚେତନ କରାଯାଇନଥିବା ବେଳେ ଅନେକ ଚାଷୀ ପ୍ରକ୍ରିୟାର ଝିନଝଟକୁ ବୁଝିନପାରି ଏବଂ ବିକ୍ରି କରିବା ପାଇଁ ଅନୁମତି ନମିଳିବା କାରଣରୁ ଦଲାଲମାନଙ୍କୁ ଧାନ ବିକ୍ରୀ କରିବା ସହଜ ମଣୁଛନ୍ତି । ବର୍ଷକର ପରିଶ୍ରମରେ ଉପୁଜାଇଥିବା ଫସଲ ବିକ୍ରିକରି ତୁରନ୍ତ କରଜ ସୁଝି ଅଧିକ ସୁଧରୁ ମୁକୁଳିବା ପାଇଁ ଅନାଇ ରହିଛି । ତେଣୁ ଯଦି ପ୍ରକୃତରେ ବିଭାଗୀୟ ଅଧିକାରୀମାନଙ୍କର ଚାଷୀମାନଙ୍କ ପାଇଁ ସାମାନ୍ୟ ଦରଦ ଅଛି, ତେବେ ଠିକ୍ ସମୟରେ ତା’ଠାରୁ ଧାନ କ୍ରୟ କରିବାର ସମସ୍ତ ବ୍ୟବସ୍ଥା କରିବା ଉଚିତ । ଶୁକ୍ରବାର ଓଡ଼ଗାଁ, ରଙ୍ଗଣୀପାଟଣା, ହନୁମନ୍ତିଆ, କୋରପିଠା, କୁରୁମବାଙ୍କତରା, ଚଢୟାପଲ୍ଲୀ, ଶରଣକୁଳ, କଲ୍ୟାଣପୁର, ଶିଖରପୁରୁ, ପଞ୍ଚୁମୁ, ଗୋଡିପଡା, ନୂଆଗାଁ ବ୍ଲକର ନୂଆଗାଁ, ମହିପୁରୁ, ମହିତମା ଏବଂ ବାହାଡାଝୋଲା ଆଦି ସମିତିମାନଙ୍କରେ ପ୍ରଥମ କରି ଧାନ ସଂଗ୍ରହ କରାଯାଇଛି । ଓଡ଼ଗାଁ ବ୍ଲକ୍ ମାର୍କେଟିଂ ଇନସ୍ପେକ୍ଟର ସୁବ୍ରତ ମଲ୍ଲିକ ରଙ୍ଗଣୀପାଟଣା ସମବାୟ ସମିତିରେ ମଣ୍ଡି ଆରମ୍ଭ ସମୟରେ ଉପସ୍ଥିତ ରହି ଚାଷୀମାନଙ୍କୁ ଜରିବସ୍ତା ପରିବର୍ତ୍ତେ ଝୋଟ ଅଖାରେ ଧାନ ଆଣିବା ସହିତ ବର୍ତ୍ତମାନ ଲାଗୁ କରାଯାଇଥିବା ନିୟମ ସମ୍ପର୍କରେ କହିଥିଲେ । ଏହା ଚାଷୀମାନଙ୍କୁ ଅଧିକ ଅସୁବିଧାରେ ପକାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking