30.1 C
Bhubaneswar
Saturday, May 4, 2024
Homeଓଡିଶାଗରମ ଡାଲିରେ ପଡିଥିବା ୫ ବର୍ଷର ଶିଶୁ କନ୍ୟା ମୃତ

ଗରମ ଡାଲିରେ ପଡିଥିବା ୫ ବର୍ଷର ଶିଶୁ କନ୍ୟା ମୃତ

କଟକ : ଗରମ ଡାଲିରେ ପଡ଼ି ୮ ଦିନ ହେଲା ମେଡିକାଲ ବେଡରେ ଛଟପଟ ହେଉଥିବା ଶିଶୁ କନ୍ୟା ଶେଷରେ ଆଖି ବୁଜିଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଶିଶୁଟିର ମୃତ୍ୟୁ ହୋଇଛି । ମୃତ ନାବାଳିକା ଗଜପତି ଜିଲ୍ଲା ମୋହନା ବ୍ଲକର ବୋଲି ଜଣାପଡ଼ିଛି।

ଗତ ୧୬ ତାରିଖ ସନ୍ଧ୍ୟାରେ ଦମାଦୁଆ ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ରୋଷେୟା ନମିତା ମଲ୍ଲିକ ନିଜ ୫ ବର୍ଷର ଝିଅକୁ ନେଇ ଆଶ୍ରମ ବିଦ୍ୟାଳୟକୁ ରୋଷେଇ କରିବାକୁ ଯାଇଥିଲେ । ମା’ ରୋଷେଇ କରୁଥିବା ବେଳେ ଶିଶୁ କନ୍ୟା ଗରମ ଡାଲିରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ପ୍ରଥମେ ମୋହନା ଓ ପରେ କଟକ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କଟକ ମେଡ଼ିକାଲରେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking