30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଖାରଜ ହେଲା ଭିଡିଓ କନ୍‌ଫରେନ୍ସରେ ଡାକ୍ତରୀ ପରାମର୍ଶ ନେବା ପାଇଁ କେଜ୍ରିୱାଲ୍ କରିଥିବା ଆବେଦନ

ଖାରଜ ହେଲା ଭିଡିଓ କନ୍‌ଫରେନ୍ସରେ ଡାକ୍ତରୀ ପରାମର୍ଶ ନେବା ପାଇଁ କେଜ୍ରିୱାଲ୍ କରିଥିବା ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୋମବାର ଦିଲ୍ଲୀସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ ଏକ ବଡ଼ ଝଟ୍‌କା ଲାଗିଛି । ସେ ମହୁମେହ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କୁ ନିୟମିତ ଭାବେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ଅନ୍ୟୂନ ୧୫ ମିନିଟ୍ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପରାମର୍ଶ କରିବାକୁ କେଜ୍ରିୱାଲ୍ କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନିଜ ଆବେଦନରେ ତିହାର ଜେଲ୍ କର୍ତ୍ତୃପକ୍ଷ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବାହାରେ ଭୁଲ୍ ତଥ୍ୟ ଦେଉଥିବା ଏବଂ ଇନ୍‌ସୁଲିନ୍ ଦିଆଯାଉନଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ । ଏତଦ୍‌ବ୍ୟତୀତ ତାଙ୍କୁ ଜେଲ୍‌ରେ ନିୟମିତ ଭାବେ ଇନ୍‌ସୁଲିନ୍ ଗ୍ରହଣ କରିବାକୁ ଅନୁମତି ଦେବାକୁ ଏବଂ ମହୁମେହ ସ୍ତର ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ସେ ନିଜ ଆବେଦନ ମାଧ୍ୟମରେ ଅନୁରୋଧ କରିଥିଲେ । ତେବେ ଏହା ଉପରେ ବିଚାରପତି କହିଛନ୍ତି, ଏମ୍ସର ବିଶେଷଜ୍ଞ ଡାକ୍ତରୀ ଟିମ୍ (ଏଣ୍ଡୋରିନୋଲୋଜିଷ୍ଟ/ ଡାଇବେଟୋଲୋଜିଷ୍ଟ)ଙ୍କ ତତ୍ତ୍ୱାବଧାନରେ ଏକ ମେଡିକାଲ ବୋର୍ଡ ଗଠନ କରାଯିବ ଏବଂ ବୋର୍ଡ ନିଷ୍ପତ୍ତି ଅନୁସାରେ ଏପ୍ରକାର ଆବେଦନ ଉପରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି । ପ୍ରକାଶ, କେଜ୍ରିୱାଲ ଏପ୍ରିଲ ୧ରୁ ତିହାର ଜେଲରେ ଅଛନ୍ତି । ଆସନ୍ତାକାଲି ତାଙ୍କର ନ୍ୟାୟିକ ହେପାଜତ ଅବଧି ଶେଷ ହେଉଥିବା ବେଳେ ଏହି ଅବଧି ବଢିବ କିମ୍ବା ତାଙ୍କୁ ଜାମିନ ମିଳିବ ତାହା କୋର୍ଟ ରାୟ ଆସିବା ପରେ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking