32.1 C
Bhubaneswar
Friday, April 26, 2024
Homeଅପରାଧପୁରୀ ସହରରେ ପୁଣି ଫୁଟିଲା ଗୁଳି, ୧ ମୃତ

ପୁରୀ ସହରରେ ପୁଣି ଫୁଟିଲା ଗୁଳି, ୧ ମୃତ

ପୁରୀ : ପୁରୀ ସହରରେ ପୁଣି ଫୁଟିଲା ଗୁଳି । ଜଣେ ମୃତ । ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଗୁଳିମାଡ଼ । ମୃତକ ହେଲେ ତଳୁଚ୍ଛ ସାହିର ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା । ଘଟଣାସ୍ଥଳରେ ପୋଳିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏସ୍‌ପି ଶ୍ରୀ ସିଂହ କହିଛନ୍ତି ଯେ, ଖୁବ୍‌ କମ ସମୟ ମଧ୍ୟରେ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି। ସେହିପରି ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ‌ଖୋକା ଜବତ ହୋଇଛି। ଅଭିଯୁକ୍ତକୁ ପୁଲିସ ପଚରାଉଚରା କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

ଏନ୍‌ଏଚ୍‌ରେ ରସିକିଆ ପୋଲିସ-ପ୍ରେମିକା ଟଣାଓଟରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking