39.1 C
Bhubaneswar
Friday, April 26, 2024
Homeବିଜିନେସ୍ଅମ୍ବାନୀଙ୍କୁ ପଛରେ ପକାଇଲେ ଅଦାନୀ

ଅମ୍ବାନୀଙ୍କୁ ପଛରେ ପକାଇଲେ ଅଦାନୀ

ନୂଆଦିଲ୍ଲୀ : ମଙ୍ଗଳବାର ପ୍ରକାଶ ପାଇଥିବା ବିଶ୍ୱ ଧନୀକଙ୍କ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ ଅଦାନୀ । ବିଲିୟୋନେୟର ଇଣ୍ଡେକ୍ସର ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ଅଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୦୪ ବିଲିୟନ ଡଲାରକୁ ପହଞ୍ଚି ଯାଇଛି । ଏହି ଅନୁସାରେ ବିଶ୍ୱର ସବୁଠୁ ଧନୀକଙ୍କ ମୋଟ ସମ୍ପତ୍ତିରୁ ତାଙ୍କ ସମ୍ପତ୍ତିର ପରିମାଣ ମାତ୍ର ୧୦୦ ବିଲିୟନ ଡଲାର ପଛରେ ରହିଛି । ଟେସଲା ଓ ସ୍ପେସ୍ ଏକ୍ସ କମ୍ପାନୀ ମାଲିକ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୨୦୪.୫ ବିଲିୟନ ଡଲାର ରହିଛି । ଉଲ୍ଲେଖ ଯୋଗ୍ୟ ଯେ ବର୍ଷର ଆଜିର ଦିନ ସୁଦ୍ଧା ଅଦାନୀ ମୁକେଶ ଅମ୍ବାନୀଙ୍କ ଠାରୁ ଅଧିକ ୧୦ ବିଲିୟନ ଡଲାର ଅଧିକ ଆୟ କରିବାରେ ସଫଳ ହୋଇଛନ୍ତି ।

ରିପୋର୍ଟ ଅନୁସାରେ ଅଦାନୀ ତାଙ୍କ ବ୍ୟବସାୟକୁ ଲଗାତାର ସମ୍ପ୍ରସାରଣ କରିବାରେ ଲାଗିଛନ୍ତି । ନିକଟରେ ସିମେଣ୍ଟ କାରବାରରେ ପାଦ ଥାପିଥିବା ବେଳେ ଏହି କ୍ଷେତ୍ରରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଅଦାନୀ ୧୦.୫ ବିଲିୟନ ଡଲାରରେ ହୋଲସିମ୍ ଲିମିଟେଡଙ୍କ ଭାରତୀୟ କାରବାରକୁ ହାତେଇ ନେବାରେ ସଫଳ ହୋଇଛନ୍ତି । ହୋଲସିମ ଭାରତରେ ଏସିସି ଓ ଅମ୍ବୁଜା ବ୍ରାଣ୍ଡର ସିମେଣ୍ଟ କାରବାର କରୁଥିଲେ । ଏଣୁ ସିମେଣ୍ଟ କ୍ଷେତ୍ରରେ ପ୍ରବେଶ ସହ ଅଡାଣୀ ଦେଶର ଦ୍ୱିତୀୟ ସର୍ବବୃହତ୍ତ ସିମେଣ୍ଟ ନିର୍ମାତା ପାଲଟିଛନ୍ତି । ଅଦାନୀ ଗତ ୧ ବର୍ଷରେ ୧୭ ବିଲିୟନ ଡଲାରର ନିବେଶ ସହ ୩୨ ଅଧିଗ୍ରହଣ କରିଛନ୍ତି । ଅଦାନୀଙ୍କର ସବୁ ଲିଷ୍ଟେଡ କମ୍ପାନୀଙ୍କ ମୋଟ ଋଣ ୨୦ ବିଲିୟନ ଡଲାରକୁ ପହଞ୍ଚିସାରିଲାଣି । ଶେୟାର ବଜାରରେ ଗୌତମ ଅଦାନୀଙ୍କ ୭ଟି କମ୍ପାନୀ ଲିଷ୍ଟେଡ ରହିଛି । ଏଥିରୁ ୬ଟିର ମାର୍କେଟ କ୍ୟାପିଟାଲ ୧ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ରହିଛି । ନିକଟରେ ଅଦାନୀ ପାୱାରର ବଜାର ପୁଞ୍ଜି୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking