28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିମାନରେ ମିଳିବ ଇଣ୍ଟରନେଟ୍ ସେବା

ବିମାନରେ ମିଳିବ ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଅଧିକ ଡାଟା ବ୍ୟବହାର କରୁଥିବା ଦେଶ ହେଉଛି ଭାରତ । ଇଣ୍ଟରନେଟ୍ ସେବା ଦେଶର କୋଣ ଅନୁକୋଣରେ ପହଞ୍ଚିବା ପରେ ଡାଟା ବ୍ୟବହାର ବଢିଯାଇଛି । ମାତ୍ର ଆକାଶରେ ଇଣ୍ଟରନେଟ୍ ବ୍ୟବହାର ଏବେବି ଅସମ୍ଭବ ରହିଛି । ମାତ୍ର ଆଗାମୀ ଦିନରେ ଭାରତୀୟ ଆକାଶରେ ମଧ୍ୟ ଇଣ୍ଟରନେଟ୍ ବ୍ୟବହାର ହୋଇପାରିବ । ପ୍ରମୁଖ ଭାରତୀୟ ଏୟାରଲାଇନ୍ ସ୍ପାଇସ୍ ଜେଟ୍ କହିଛି ଯେ, ଖୁବ୍ ଶୀଘ୍ର ବିମାନରେ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଇବାର ଆଶା କରାଯାଉଛି । ସ୍ପାଇସ୍ ଜେଟ୍‌ର ଚେୟାରମ୍ୟାନ ଅଜୟ ସିଂହ କହିଛନ୍ତି ଯେ, ଏୟାରଲାଇନ୍ ତାର ବିମାନରେ ଖୁବ୍ ଶୀଘ୍ର ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆରମ୍ଭ କରିବ ।

ସେ ଆହୁରି କହିଛନ୍ତି ଯେ, କମ୍ପାନୀ ଆଗାମୀ କିଛି ମାସ ମଧ୍ୟରେ ନିଜ ବିମାନରେ ବୋଇଂ-୭୩୭ ମ୍ୟାକ୍ସ ବିମାନକୁ ସାମିଲ କରିବ । ସ୍ପାଇସଜେଟ୍‌ର ୱେବ୍‌ସାଇଟ୍ ଅନୁସାରେ ଏୟାରଲାଇନ୍ ନିକଟରେ ୯୨ଟି ବିମାନ ରହିଛି । ଯେଉଁଥିରେ ୧୩ ମ୍ୟାକ୍ସ ବିମାନ ଏବଂ ୪୬ ବୋଇଂ-୭୩୭ ବିମାନ ପୁରୁଣା ଭର୍ସନ ରହିଛି । ସେ ଆହୁରି କହିଛନ୍ତି ଯେ, ସ୍ପାଇସଜେଟ୍ ମାସିକ ଆଧାରରେ ଅଧିକ ଯାତ୍ରୀଙ୍କ ସହ ଉଡାଣ ଭରୁଛି । ଆଗାମୀ ମାସରେ ଏଥିରେ ବୃଦ୍ଧି ହେବାର ଆଶା କରାଯାଉଛି । ବୋଇଂ ୭୩୭ ମ୍ୟାକ୍ସ ବିମାନ ସଫଳତାର ସହ ସେବାକୁ ଫେରିଛି । ଚଳିତ ବର୍ଷ ଆମ ନେଟୱର୍କରେ ନୂଆ ଉତ୍ପାଦ ଏବଂ ନୂଆ ମାର୍ଗକୁ ସାମିଲ କରିବାକୁ ଯାଉଛୁ । ଆମ ଲୟାଲ୍‌ଟି କାର୍ଯ୍ୟକ୍ରମ ସ୍ପାଇସ୍ କ୍ଲବ୍ ନିକଟରେ ତାର କ୍ରେଡିଟ୍ କାର୍ଡ ଜାରି କରିଛି । ଆମେ ଆଶା କରୁଛୁ ଯେ ଖୁବ୍ ଶୀଘ୍ର ଆମ ବିମାନରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking