30.1 C
Bhubaneswar
Thursday, April 25, 2024
Homeଓଡିଶାପାର୍ଥିବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର

ପାର୍ଥିବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର, – ମୟୂରଭଞ୍ଜ ଜିଲ୍ଲାର ଜସିପୁର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ୩୬ ବର୍ଷିୟ କ୍ଷିତୀଶ ନାଏକ ବେଙ୍ଗାଲୁରୁ ରେ ରହି ଦିନ ମରୁଜିଆ ଭାବେ କାମ କରି ଆସୁଥିଲେ । ଗତ ୨୩ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କର ମୃତ ଶରୀରକୁ ବିମାନ ଯୋଗେ ବେଙ୍ଗାଲୁରୁରୁ ଭୁବନେଶ୍ୱରକୁ ଫେରାଇ ଆଣିଥିଲେ । ତେବେ ଭୁବନେଶ୍ୱରରୁ ତାଙ୍କ ଗ୍ରାମକୁ ସଡ଼କ ଯୋଗେ ନେବାପାଇଁ ପରିବାର ଲୋକେ କୌଣସିମତେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ବାଲେଶ୍ୱର ଜିଲ୍ଲା ସଂଯୋଜକ ଶ୍ରୀ ଶୁଭେନ୍ଦୁ ମଙ୍ଗରାଜଙ୍କୁ ଜଣାଇଥିଲେ । ଶ୍ରୀ ମଙ୍ଗରାଜ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟକୁ ଏହି ଘଟଣା ବିଷୟରେ ଜଣାଇବାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆଜି ମୃତକଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସେଠାରେ ଉପସ୍ଥିତ ରହି କ୍ଷିତୀଶଙ୍କ ମୃତ ଶରୀରକୁ ଏକ ଆମ୍ବୁଲାନ୍ସ୍ ର ବ୍ୟବସ୍ଥା କରାଇ ନିଜ ଗ୍ରାମ ବସନ୍ତପୁରକୁ ପଠାଇଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking