28.1 C
Bhubaneswar
Saturday, April 27, 2024
Homeଅପରାଧବନ୍ଧୁକ ମୁନରେ ଯାତ୍ରା ମ୍ୟାନେଜରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ

ବନ୍ଧୁକ ମୁନରେ ଯାତ୍ରା ମ୍ୟାନେଜରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ

ମୟୂରଭଞ୍ଜ : ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ଏହି ଘଟଣାକୁ ନେଇ ଚର୍ଚ୍ଚା ଯେତିକି ଯୋର ଧରିଛି ତାଠାରୁ ଅଧିକ ଆତଙ୍କ ଖେଳାଉଛି । ତେବେ ଏବେ ଏହି ଘଟଣା ପୋଲିସ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଘଟଣାଟି ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ଅଙ୍ଗିରା ଛକ ନିକଟରେ ହୋଇଛି ଡକାୟତି । ମଟର ସାଇକେଲରେ ପିଛା କରି ଆସି ବନ୍ଧୁକ ମୁନରେ ଲୁଟ କଲେ ଲକ୍ଷାଧିକ ଟଙ୍କା । ଡକାୟତଙ୍କ ମାଡ଼ରେ ଜଣେ ଗୁରୁତର ବାରିପଦା ପିଆରଏମ୍ ଡାକ୍ତରଖାନାରେ ଭର୍ତ୍ତି । ଗୁରୁତର ଜଣକ ହେଉଛନ୍ତି ଦରବାର ଯାତ୍ରାର ମ୍ୟାନେଜର ମିଥୁନ ଉପାଧ୍ୟାୟ ।
ସୂଚନା ଅନୁସାରେ, ଖୁଣ୍ଟା ଠାରେ ଦରବାର ଯାତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଥିବା ବେଳେ, ଲକ୍ଷାଧିକ ଟଙ୍କା ନେଇଁ ଯାତ୍ରା ସ୍ଥାନକୁ ମଟର ସାଇକେଲରେ ଆସୁଥିଲେ । ବାଲେଶ୍ୱର ରୁ ଖୁଣ୍ଟା କୁ ଆସୁଥିବା ସମୟରେ ଦୁର୍ବୁତ୍ତ ମାନେ ଅନେକ ସମୟ ଧରି ପିଛା କରିଚାଲିଥିଲେ । ଏବଂ ଶେଷରେ ବଡ଼ସାହି ଥାନା ଅନ୍ତର୍ଗତ ଅଙ୍ଗାରିଆ ଛକ ନିକଟରେ ବନ୍ଧୁକ ଦେଖାଇବା ସହିତ ଦରବାର ମ୍ୟାନେଜରଙ୍କୁ ଆଘାତ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ପହଁଛି ଉଦ୍ଧାର କଲେ ଆମ୍ବୁଲାନ୍ସ କର୍ମଚାରୀ (ଡମ୍ବୁରୁଧର ଦାସ, ଦେବାଶିଷ ମହାନ୍ତ, କାନ୍ଦ୍ରାଇ ମାରାଣ୍ଡି) । ପ୍ରଥମେ ବଡ଼ସାହି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଗୁରୁତ୍ବର ହେବାରୁ ପିଆରଏମ୍ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସାଜାରୀ ରହିଛି । ଅନ୍ୟପଟେ ଘଟଣା ସମ୍ପର୍କରେ ଖବରପାଇ ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking