33.1 C
Bhubaneswar
Thursday, April 25, 2024
Homeଅପରାଧପାଲ ଜାରିକା ହତ୍ୟା ଘଟଣା  : ମୁଖ୍ୟ ଆସାମୀକୁ ଗିରଫ ଦାବିରେ ଥାନା ଘେରାଉ 

ପାଲ ଜାରିକା ହତ୍ୟା ଘଟଣା  : ମୁଖ୍ୟ ଆସାମୀକୁ ଗିରଫ ଦାବିରେ ଥାନା ଘେରାଉ 

ଡୁବୁରୀ : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ କଇଁଜିରା ଗ୍ରାମ ନିକଟରେ ଗତ ୧୬ତାରିଖରେ ସୁକିନ୍ଦା ଥାନା ପଳାସପାଳ ଗ୍ରାମର ଜନୈକ ଯୁବତୀକୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ଏକ ଯୋଜନାବଦ୍ଧ ଭାବେ ବଳାତ୍କାର ପରେ ହତ୍ୟା କରାଯାଇଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ଆଜକୁ ୧୭ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର ମୁଖ୍ୟ ଆସାମୀକୁ ପୁଲିସ ଗିରଫ କରି ନପାରିବା ପ୍ରତିବାଦରେ ଶନିବାର ସ୍ଥାନୀୟ ଆଦିବାସୀମାନେ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ଜାନୁଆରୀ ୧୫ ତାରିଖ ଦିନ ଝୁମ୍ପାଣ ଠାରେ ଅନୁଷ୍ଠିତ ହୋଇଥିବା ମକର ମେଳା ଦେଖିବାକୁ ସୁକିନ୍ଦା ଥାନା ସଂସାଇଲୋ ପଂଚାୟତ ପଣସପାଳ ଗ୍ରାମର ଯୁବତୀ ପାଲ ଜାରିକା (୨୦) ଯାଇଥିଲେ । ସେଠାରୁ ପାଲକୁ ହାତୀମୁଣ୍ଡା ଗ୍ରାମର ଯୁବକମାନେ ଅପହରଣ କରି ନେବା ସହ ଗଣଧର୍ଷଣ କରି ନିର୍ମମ ଭାବେ ହତ୍ୟାକରି ଏକ ପଳାସ ଗଛରେ ଝୁଲାଇ ଦେଇ ଚମ୍ପଟ ମାରିଥିଲେ । ଏନେଇ ମୃତା ପାଲର ଭାଇ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ କଳିଙ୍ଗନଗର ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା ହାତୀମୁଣ୍ଡା ଗ୍ରାମର ରମେଶ ବାଲମୁଚୁକୁ ଗିରଫ କରି ଏକ ସପ୍ତାହ ତଳେ କୋର୍ଟ ଚାଲାଣ କରାଯାଇଛି । ଘଟଣାକୁ ୧୭ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀକୁ ଗିରଫ କରିବାରେ କଳିଙ୍ଗନଗର ଥାନା ପୁଲିସ ବିଫଳ ହୋଇଛି । ପୁଲିସର କାର୍ଯ୍ୟକୁ ସନ୍ଦେହ କରି ଜାନୁଆରୀ ୧୮ତାରିଖରେ ସପରିବାର ସହିତ ପଡୋଶୀ ଆଦିବାସୀ ଏବଂ ହୋ-ଛାତ୍ର ସମାଜର ମିଳିତ ଉଦ୍ୟମରେ କଳିଙ୍ଗନଗର ଥାନା ଘେରାଉ କରାଯାଇଥିଲା ।
ଏହାପରେ ବି କିଛି ସୁଫଳ ନମିଳିବାରୁ  ଶନିବାର ପୁନର୍ବାର ପଣସପାଳ ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଆସି ଥାନାଧିକାରୀଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ଥାନାରେ ପହଂଚିଥିଲେ । ଥାନା ଅଧିକାରୀ ଆନ୍ଦୋଳନକାରୀଙ୍କ ନିକଟରେ ପହଂଚି ଆଲୋଚନା କରିଥିଲେ । ମୁଖ୍ୟ ଆସାମୀକୁ ୧୫ ଦିନ ମଧ୍ୟରେ ଗିରଫ କରିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଆଲୋଚନାରେ ନାରୀ ନେତ୍ରୀ ସିନି ସଏ, ତୁରାମ ପୁର୍ତି, ସୁମିତ୍ରା ଆଙ୍ଗରାଇ, ରଣଜିତ୍ ସୁଣ୍ଡି, ସିଙ୍ଗରାଇ ବଦରା, କଳିଙ୍ଗନଗର ଥାନାଧିକାରୀ ଶ୍ରୀ ପଟନାୟକ, ଏସଆଇ ମନମୋହନ ରାଉତ, ଅଜୟ କୁମାର ସାହୁ, ସୁବାଷ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
୧୫ ଦିନ ମଧ୍ୟରେ ପାଲ ହତ୍ୟାକାଣ୍ଡର ମୁଖ୍ୟ ଆସାମୀକୁ ଗିରଫ କରାନଗଲେ ଆନ୍ଦୋଳନକୁ ଗଣ ଆନ୍ଦୋଳନରେ ପରିଣତ କରାଯିବା ସହିତ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନ କରାଯିବ ବୋଲି ମୃତା ପରିବାର ଏବଂ ଆନ୍ଦୋଳନକାରୀଙ୍କ ଠାରୁ ପ୍ରକାଶ । ଏହି ଘଟଣାରେ ଯାଜପୁର ଏସପି ଚରଣ ସିଂ ମୀନା ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking