34.1 C
Bhubaneswar
Friday, March 29, 2024
Homeଓଡିଶାଶିକ୍ଷା ଓ ମହିଳାସୁରକ୍ଷା ସଚେତନତା ମାରାଥନ

ଶିକ୍ଷା ଓ ମହିଳାସୁରକ୍ଷା ସଚେତନତା ମାରାଥନ

ମୟୂରଭଞ୍ଜ : ଆଜି ବାରିପଦା ଛଉପଡିଆ ଠାରୁ ଶିକ୍ଷା ଏବଂ ମହିଳା ସୁରକ୍ଷା କୁ ନେଇ “ଫାଷ୍ଟ ଏଡୁକେସନ ଟ୍ରଷ୍ଟ” ପକ୍ଷରୁ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ପତକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ତେବେ ଦୌଡରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ । ଛଉପଡିଆରୁ ଆରମ୍ଭ ହୋଇ ଏହା ସହରର ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ, କୃଷ୍ଣଚନ୍ଦ୍ର ଗୋଲେଇ , ଟ୍ରାଫିକ ଛକ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ପୁଣି ଛଉ ପଡିଆରେ ପହଞ୍ଚି ଥିଲା । ଏହି ଦୌଡରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗିଙ୍କୁ ମନ୍ତ୍ରୀଙ୍କ ଦ୍ବାରା ପୁରଷ୍କୃତ କରାଯାଇଥିଲା । ମହିଳା ମାନଙ୍କର ସୁରକ୍ଷା ସହିତ ଶିକ୍ଷିତ କରାଇବା ପାଇଁ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସହରର ବୁଦ୍ଧିଜିବୀଙ୍କ ପକ୍ଷରୁ ପ୍ରଶଂସା କରାଯିବା ସହିତ ସ୍ୱାଗତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking