24.1 C
Bhubaneswar
Thursday, May 9, 2024
Homeଓଡିଶାବାପାଙ୍କୁ ମୁଖାଗ୍ନି ଦେଲା ନାବାଳିକା, ନିଜ ଲୋକ ହେଲେ ପର

ବାପାଙ୍କୁ ମୁଖାଗ୍ନି ଦେଲା ନାବାଳିକା, ନିଜ ଲୋକ ହେଲେ ପର

ଫୁଲବାଣୀ : ନିଜ ଲୋକ ପର ହେଲେ କିନ୍ତୁ ଗାଁ ବାଲା ସାଜିଲେ ସାଥୀ । ଗ୍ରାମବାସୀଙ୍କ ସାହାରାରେ ବାପାଙ୍କ ମୁଖାଗ୍ନିଦେଲା ଏକମାତ୍ର ନାବାଳିକା। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାତୟର ବିଜୟ ନଗର ସାହିରେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି ।

ବାପା ହେଉଛନ୍ତି ସୁଶୀଳ ମୁଖୀ । ଏକ ମାତ୍ର ଝିଅ ନାବାଳିକା ହୋଇଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ନିଜର ମା’ ଝିଅ ଜନ୍ମର ହେବାର କିଛିଦିନ ପରେ ଘରଛାଡ଼ି ଚାଲିଯାଇଛନ୍ତି । ବର୍ତ୍ତମାନ ସେ ଅନ୍ୟତ୍ର ବିବାହିତ ବୋଲି ଖବରମିଳିଛି । ତେବେ ଜନ୍ମରୁ  ମା’ ଛେଉଣ୍ଡ ହୋଇଥିବା ଝିଅକୁ ବାପା ସୁଶୀଳ ଓ ମାମୁଁ ଘର ପରିବାର ସହାୟତାରେ  ଝିଅ ବର୍ତ୍ତମାନ ୧୪ ବର୍ଷରେ ପହଞ୍ଚିଛି । ତେବେ ଦୀର୍ଘଦିନ ଧରି ନାବାଳିକା ଜଣକ ନିଜ ବାପା ସହିତ ସାରଙ୍ଗଡ଼ର ବିଜୟ ନଗର ସାହିରେ ରହୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜ ମାମୁଁ ଘରେ ରହି ୫ମ ପର୍ଯ୍ୟନ୍ତ ପାଠ ପଢ଼ିଛି ।

ତେବେ ଆର୍ଥିକ ସ୍ଥିତି ଠିକ୍ ନଥିବା ଯୋଗୁଁ ପରିବାର ଲୋକେ ନାବାଳିକାକୁ ଅଧିକା ପାଠ ପଢ଼ାଇବା ସମ୍ଭବ ହୋଇନଥିଲେ ମଧ୍ୟ କହଁଳ ବୟସରେ  ସେ ପରିବାର ପାଇଁ ଅଣ୍ଟାଭିଡ଼ି ରୋଜଗାରରେ ସାମିଲ୍ ହୋଇଥିଲା । ତେବେ ରୋଜଗାର ପାଇଁ ନାବାଳିକା ଝିଅ ବାହାରେ ରହୁଥିବା ବେଳେ ଏପଟେ ନିଜର ବାପା ଗତ କିଛିଦିନ ହେଲା ଅସୁସ୍ଥ ହୋଇପଡ଼ିଥିବା ଖବରପାଇ ସେ ଗତ ୨ ଦିନ ହେଲା ନିଜ ବାପାଙ୍କ ପାଖରେ ପହଞ୍ଚିଥିଲେ । ଝିଅ ବାପାଙ୍କର ଚିକିତ୍ସା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସେ ହାରିଯାଇଥିଲା । ଶେଷରେ ବାପା ଆଖି ବୁଜିଦେଇଥିଲେ । ତେବେ ଘରୁ ଶବ ଉଠାଇବା ପାଇଁ ନିଜର ସମ୍ପର୍କୀୟମାନେ ସାମିଲ୍ ହୋଇନଥିଲେ ।

ଜନ୍ମରୁ ମା’ ଘର ଛାଡ଼ି ପଳାଇଥିବା ବେଳେ ବାପାଙ୍କର ନିଜ ସମ୍ପର୍କୀୟମାନେ ମଧ୍ୟ ତାହାଠାରୁ ସମ୍ପର୍କ ତୁଟାଇ ଦେଇଥିଲେ । ଘରେ ଶବ ପଡ଼ିଥିଲେ ମଧ୍ୟ କେହି ନିଜ ସମ୍ପର୍କୀୟ ସହଯୋଗର ହାତ ବଢ଼ାଇନଥିବା ବେଳେ କିଛି ଗ୍ରାମବାସୀ ଏଥିରେ ସହଯୋଗର ହାତ ବଢ଼ାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ଶବକୁ ଗାଁ ସସ୍ମାନରେ ଶବଦାହ କରାଯାଇଥିବା ବେଳେ ନିଜେ ନାବାଳିକା ଦେଇଛନ୍ତି ମୁଖାଗ୍ନି। ବର୍ତ୍ତମାନ ସମ୍ପୂର୍ଣ୍ଣଭାବେ ଅନାଥ ହୋଇପଡ଼ିଥିବା ନାବାଳିକାକୁ ବିଜୟନଗର ସାହିରେ ଜନୈକ ପରିବାର ସାହାରା ଦେଇଥିବା  ପ୍ରକାଶ । ଜନ୍ମରୁ ନିଜ ବାପା ବଡ଼ କରିଥିବା ବେଳେ ବର୍ତ୍ତମାନ ଦେହାନ୍ତ ହୋଇଯାଇଥିବା ସ୍ୱର୍ଗତ ବାପାଙ୍କର ଶ୍ରାଦ୍ଧକ୍ରିୟା ପାଇଁ ଅର୍ଥ ଯୋଗାଡ଼ିବା ନାବାଳିକା ପକ୍ଷେ ସମ୍ଭବପର ହୋଇପାରୁନାହିଁ ।

ପରେ ଘରେ ଆଶ୍ରୟ ନେଉଥିବା ଅନାଥ ନାବାଳିକା କନ୍ୟା ପ୍ରତି ପ୍ରଶାସନ ହସ୍ତକ୍ଷେପ ପରି ତାକୁ ସାହାରା ଯୋଗାଇ ଦେବାପାଇଁ ଅଞ୍ଚଳବାସୀମାନେ ମଧ୍ୟ ନିବେଦନ କରିଛନ୍ତି । ପାଠ ପଢ଼ିବାରେ ଆଗ୍ରହ ଥିଲେ ମଧ୍ୟ ଆର୍ଥିକ ପରିସ୍ଥିତି ଯୋଗୁଁ ପାଠ ପଢ଼ାରେ ଡ଼ୋରି ବାନ୍ଧିଥିବା ଉକ୍ତ ନାବାଳିକା ପ୍ରତି ନିଜେ ଜିଲ୍ଲାପାଳ ଦୃଷ୍ଟିଦେଇ ଅନାଥ କନ୍ୟାକୁ ସାହାରା ଦେବାସହିତ ବାପାଙ୍କ ଶୁଦ୍ଧକ୍ରିୟା କାର୍ଯ୍ୟରେ କୌଣସି ବଦାନ୍ୟବ୍ୟକ୍ତି କିମ୍ବା ସଂଗଠନ ସହଯୋଗର ହାତ ବଢ଼ାଇବାପାଇଁ ନିଜେ ନାବାଳିକା କନ୍ୟା ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking