34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସ୍କୁଟି ଉପରେ ଚଢ଼ିଗଲା ଡମ୍ପର, ସ୍ୱାମୀ-ସ୍ତ୍ରୀ ମୃତ

ସ୍କୁଟି ଉପରେ ଚଢ଼ିଗଲା ଡମ୍ପର, ସ୍ୱାମୀ-ସ୍ତ୍ରୀ ମୃତ

ଜେନାପୁର :  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଡୁବୁରୀ -ଚଣ୍ଡିଖୋଲ ୫୩ନଂ ଜାତୀୟ ରାଜପଥ ମଧୁପୁର ଗଡ଼ପଞ୍ଚାୟତର ଚଢ଼େଇଧରା ଚଳଛକଠାରେ ବୁଧବାର ଅପରାହ୍ନରେ ଏକ ଡମ୍ପର ଦ୍ରୁତଗତିରେ ଆସି ଗୋଟିଏ ସ୍କୁଟି ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ସ୍କୁଟି ଚାଳକ ଓ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତି ହେଉଛନ୍ତି ମହିଶରୀ ପଞ୍ଚାୟତ ଡଙ୍କାରୀ ଗ୍ରାମର ଗୋଲଖ ଚନ୍ଦ୍ର ସାହୁ(୬୩) ଓ ତାଙ୍କ ସ୍ତ୍ରୀ କନକଲତା ସାହୁ(୬୦) । ସେମାନେ ସୁକିନ୍ଦାର ନିଜବନ୍ଧୁ ଘରୁ ଫେରୁଥିଲେ ।

ଚଢ଼େଇଧରାତଳ ଛକନିକଟରେ ତାଙ୍କ ସ୍କୁଟି ନଂ-(ଓଆର୦୪ଇ-୫୯୦୦) ଧରି ଛିଡ଼ାହୋଇଥିବାବେଳେ ହଠାତ୍ ଏକ ଦ୍ରୁତଗାମୀ ଡମ୍ପର ନଂ(ଓଆର୦୯କେ-୫୯୭୭)ମାଡ଼ିଆସି ସ୍କୁଟି ସହ ସ୍ୱାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଯାଇଥିଲା । ଖବର ପାଇ ଜେନାପୁର ଥାନା ପୁଲିସ, ଚଢ଼େଇଧରା ଫାଣ୍ଡି ପୁଲିସ ସଦଳବଳେ ପହଞ୍ଚି ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡିକାଲ ପଠାଇଥିଲେ ଏବଂ ଡମ୍ପରଟିକୁ ଜବତ୍ କରି ଫାଣ୍ଡିରେ ଅଟକ୍ ରଖିଛନ୍ତି । ଏହାସହ ଡ୍ରାଇଭର୍‌କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି । ଜେନାପୁର ଥାନା ଏସଆଇ ଏମଆର ଦାସ, ଏଏସଆଇ ମନୋଜ ସାମଲ, ଫାଣ୍ଡିଧିକାରୀ ଅକ୍ଷୟ କୁମାର ବେହେରା ଘଟଣା ସଂପର୍କରେ ତଦନ୍ତ ଚଳାଇଛନ୍ତି ବୋଲି ଥାନାଧିକାରୀ ଆଶୀଷ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking