38.1 C
Bhubaneswar
Wednesday, May 1, 2024
Homeଅପରାଧଖାଇବା ତେଲ ବ୍ୟବସାୟରେ ଠକେଇ; ବିହାର-ଓଡ଼ିଶା ଆନ୍ତଃରାଜ୍ୟ ଠକ ଗିରଫ

ଖାଇବା ତେଲ ବ୍ୟବସାୟରେ ଠକେଇ; ବିହାର-ଓଡ଼ିଶା ଆନ୍ତଃରାଜ୍ୟ ଠକ ଗିରଫ

ତେଲ ଦେବେ ବୋଲି ଠକିନେଲେ ୬୪ ଲକ୍ଷ
କଟକ: ଖାଇବା ତେଲ ବ୍ୟବସାୟ ନାଁରେ ୬୩.୯୪ ଲକ୍ଷ ଟଙ୍କାର ଠକେଇ ଘଟଣାର ପର୍ଦ୍ଦାପାଶ୍ ହୋଇଛି । ବିହାର-ଓଡ଼ିଶା ଆନ୍ତଃରାଜ୍ୟ ଠକ ଏଭଳି କାରବାରରେ ଠକାମୀ ଚଳାଇଛନ୍ତି । ବିଡ଼ାନାସୀ ଥାନା ପୁଲିସ ଏଭଳି କାରବାରରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ କୋଲକାତାରୁ ଗିରଫ କରିଛି । ଅପରପକ୍ଷେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଖୁବ୍ ଶୀଘ୍ର ଧରିପଡିବେ ବୋଲି ପୁଲିସ କହିଛି । ବିଡ଼ାନାସୀ ଥାନା ଅନ୍ତର୍ଗତ ଶତାବ୍ଦୀ ବିହାର ଅଞ୍ଚଳର ତେଲ ବ୍ୟବସାୟୀ ବିଶ୍ୱରଞ୍ଜନ ସେଠୀଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜୁହୋଇଛି । ବିଶ୍ୱରଞ୍ଜନଙ୍କର ଖାଇବା ତେଲ ବ୍ୟବସାୟ ରହିଛି । ସୁବାସ ଚନ୍ଦ୍ର ଦାଶ ଓ ସୀତିକଣ୍ଠ ମହାନ୍ତି ନାମକ ୨ ଜଣ ବ୍ୟକ୍ତି ୨୦୨୨ ଜାନୁୟାରୀ ମାସରେ ବିଶ୍ୱରଞ୍ଜନଙ୍କ ନିକଟକୁ ଆସି ଏକ କମ୍ପାନିର ଓଡ଼ିଶା ରିଜିଅନ୍ ମାର୍କେଟିଂ ମ୍ୟାନେଜର ଭାବେ ନିଜକୁ ପରିଚୟ ଦେଇଥିଲେ । ସେମାନଙ୍କ କମ୍ପାନି ନିକଟରୁ ପାମ୍ ତେଲ କିଣିବା ପାଇଁ ସେ ବିଶ୍ୱରଞ୍ଜନଙ୍କୁ କହିଥିଲେ ।

ପରବର୍ତ୍ତି ସମୟରେ ଉକ୍ତ କମ୍ପାନିର ନିର୍ଦ୍ଦେଶକ ସତ୍ୟପ୍ରକାଶ ସିଂହ ଓ ପରିଚାଳନା ନିର୍ଦ୍ଦେଶିକା ସୀମା ସିଂହ ତାଙ୍କ ଘରକୁ ଆସି ସେମାନଙ୍କ କମ୍ପାନିରୁ ତେଲ କିଣି ବ୍ୟବସାୟ କରିବାକୁ କହିଥିଲେ । ବିଶ୍ୱରଞ୍ଜନ ଏଥିରେ ସହମତି ପ୍ରକାଶ କରିବା ପରେ ତାଙ୍କ କମ୍ପାନିର ଉକ୍ତ କମ୍ପାନି ସହ ୨୦୨୨ ମାର୍ଚ୍ଚ ୨୩ ତାରିଖରେ ଏକ ଚୁକ୍ତିନାମା ହୋଇଥିଲା । ଚୁକ୍ତିନାମା ଶେଷ ହେବା ପରେ ବିଶ୍ୱରଞ୍ଜନ ସେମାନଙ୍କ ଆକାଉଣ୍ଟରେ ୯୬ ଲକ୍ଷ ଟଙ୍କା ଜମା କରିଥିଲେ । ମାତ୍ର ଉକ୍ତ କମ୍ପାନି ୫୦ ଲକ୍ଷ ଟଙ୍କାର ପାମ୍ ତେଲ ଯୋଗାଇଥିଲା, ଯାହାକି ବଜାର ଦରଠାରୁ ବହୁ ଉଚ୍ଚା ଦରରେ । ହେଲେ ସୁବାସ ଦାସ ଲିଖିତ ଭାବେ ଏହି କ୍ଷତି ଅବଶିଷ୍ଟ ୪୬ ଲକ୍ଷ ଟଙ୍କାର ତେଲ ଦେବା ବେଳେ ଭରଣା କରିଦେବେ ବୋଲି କହିଥିଲେ ।

ମାତ୍ର ଏ ଦିଗରେ କମ୍ପାନୀ କୌଣସି ପଦକ୍ଷେପ ନନେବାରୁ ୨୦୨୨ ଅକ୍ଟୋବର ୧୧ ତାରିଖରେ ବିଶ୍ୱରଞ୍ଜନ ରାଂଚି ଅଫିସକୁ ଯାଇ ସତ୍ୟପ୍ରକାଶଙ୍କୁ କହିବା ପରେ ସେ ତାଙ୍କୁ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲେ । ଏଣୁ ବିଶ୍ୱରଞ୍ଜନଙ୍କ ମୋଟ ୬୩ ଲକ୍ଷ ୯୪ ହଜାର ଟଙ୍କା ଠକି ନେଇଥିବାସଂକ୍ରାନ୍ତରେ ଥାନାରେ ଜଣାଇଥିଲେ । ପୁଲିସ ମାମଲାର ତଦନ୍ତ କରି କୋଲକାତାରୁ ସତ୍ୟପ୍ରକାଶକୁ ଗିରଫ କରିବା ପରେ ସେଠାକାର କୋର୍ଟରେ ହାଜର କରାଇଥିଲା । ପୁଣି ସେଠାରୁ ରିମାଣ୍ଡରେ ଓଡ଼ିଶା ଆଣିବା ପରେ ଆଜି କୋର୍ଟରେ ହାଜର କରାଇଛି । ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଖୁବ ଶିଘ୍ର ଗିରଫ ହେବେ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking