27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା

କୋଲ୍‌କାତା : ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ରାଜ୍ୟ ସରକାରରେ ମନ୍ତ୍ରୀ ବୀରବାହା ହାଁସଦାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଛି । ହାଁସଦା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀଙ୍କ କନ୍‌ଭୟ ସହିତ ଯାଉଥିବା ବେଳେ ଶାଳବଣୀରେ ଏହି ଆକ୍ରମଣ ହୋଇଛି ।

ସ୍ଥିତି ନିୟନ୍ତ୍ରଣ ପାଇଁ ବହୁ ସଂଖ୍ୟକ ପୁଲିସ ଫୋର୍ସ ଘଟଣାସ୍ଥଳକୁ ପଠାଯାଇଛି । ଅଭିଷେକ ବାନାର୍ଜୀ ଝାରଗ୍ରାମର ବିନପୁର ଏବଂ ଗୋପୀବଲ୍ଲଭପୁରରେ ଏକ ରୋଡ୍ ଶୋ’ ସାରି ଶାଳବଣୀ ହୋଇ ଫେରୁଥିଲେ । ଏହି ସମୟରେ ଅନୁସୂଚୀତ ଜନଜାତି ମାନ୍ୟତା ଦାବିରେ ଆନ୍ଦୋଳନ ଚଳାଇଥିବା କୁର୍ମୀ ସମାଜର ସଦସ୍ୟମାନେ ରାସ୍ତାର ଦୁଇକଡ଼ରେ ଜମା ହୋଇଯାଇଥିଲେ । ଅଭିଷେକଙ୍କ ଗାଡ଼ି ଆଗକୁ ଚାଲିବା ମାତ୍ରେ ଆନ୍ଦୋଳନକାରୀ କନ୍‌ଭୟ ଉପରକୁ ଟେକା ପଥର ମାଡ଼ କରିଥିଲେ । ଅଭିଷେକଙ୍କ ଗାଡ଼ି ଚାଲିଯାଇଥିବା ବେଳେ ହାଁସଦାଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା । ଏହା ପଛରେ ବିଜେପିର ହାତ ଥିବା ଅଭିଷେକ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking