39.4 C
Bhubaneswar
Thursday, April 18, 2024
Homeଅପରାଧଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ଛାତରୁ ଡ଼େଇଁ ମହିଳାଙ୍କ ଆତ୍ମହତ୍ୟା, ସ୍ୱାମୀ ଗିରଫ

ଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ଛାତରୁ ଡ଼େଇଁ ମହିଳାଙ୍କ ଆତ୍ମହତ୍ୟା, ସ୍ୱାମୀ ଗିରଫ

ବ୍ରହ୍ମପୁର: ଯୌତୁକ ନିର୍ଯାତନା ଅସହ୍ୟ ହେବାରୁ ଜଣେ ମହିଳା ଛାତରୁ ଡେଇଁ ଅତ୍ମହତ୍ୟା କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ମୃତ ମହିଳା ଦିବ୍ୟଦୀପ୍ତି ରାଉତଙ୍କ ମା’ ପ୍ରତିମା ରାଉତଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଧୀରେନ୍ କୁମାର ପରିଡ଼ା(୩୦)ଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ ଗତ ୨୦୨୨ ଫେବୃୟାରୀ ୧୮ ତାରିଖରେ ସଦର ଥାନା ଅନ୍ତର୍ଗତ ପାଣ୍ଡିଆଝୋଳି ଗ୍ରାମର ପ୍ରତିମା ରାଉତ ପାଟପୁର ଥାନା ଅନ୍ତର୍ଗତ ଦେଉଳବେଡ଼ି ଗ୍ରାମର ଧୀରେନ୍ କୁମାର ପରିଡ଼ାଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ସ୍ୱାମୀ ଓ ଶ୍ୱଶୂର ଘର ଲୋକ ଯୌତୁକ ନିମନ୍ତେ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ ।

ଯାହାଫଳରେ ଦିବ୍ୟଦୀପ୍ତି କିଛି ଦିନ ଶ୍ୱଶୁର ଘରେ ରହିବା ପରେ ନିଜ ମା’ ଘରକୁ ଫେରି ଆସିଥିଲେ । ଅନ୍ୟପକ୍ଷରେ ମା’ ପ୍ରତିମା ସଦର ଥାନା ଅନ୍ତର୍ଗତ ନୂଆଁରାମଚନ୍ଦ୍ରପୁର ସ୍ଥିତ ଏକ କୁକୁଡ଼ା ଫାର୍ମରେ କାର୍ଯ୍ୟ କରୁଛନ୍ତି । ଉକ୍ତ ଫାର୍ମ ପକ୍ଷରୁ ପ୍ରତିମାଙ୍କ ଏକ ଘର ଦିଆଯାଇଥିବା ବେଳେ ତାଙ୍କ ପରିବାର ସମେତ ଝିଅ ଦିବ୍ୟଦୀପ୍ତି ମଧ୍ୟ ସେଠାରେ ରହୁଥିଲେ । ବିଭିନ୍ନ ସମୟରେ ଝିଅକୁ ତାଙ୍କ ଶ୍ୱଶୂର ଘର ପକ୍ଷରୁ ଯୌତୁକ ଆଣିବାକୁ ବାଧ୍ୟ କରୁଥିବାରୁ ଦିବ୍ୟଦୀପ୍ତି ମାନସୀକ ଚାପରେ ରହୁଥିବା ମା’ ଅଭିଯୋଗ କରିଛନ୍ତି । ଗତ ୨୫ ତାରିରେ ଦିବ୍ୟଦୀପ୍ତି ମା’ ପ୍ରତିମା ରହୁଥିବା ଘର ଛାତ ଉପରକୁ ଯାଇ ଢ଼େଇଁ ଆତ୍ମହତ୍ୟା କରିଥିଲେ । ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦିବ୍ୟଦୀପ୍ତି ଶବକୁ ଜବତ କରିଥିଲା । ଏବଂ ମା’ ପ୍ରତିମାଙ୍କ ଅଭିଯୋଗ କ୍ରମେ ପୁଲିସ କେସ ନଂ ୨୭୯/୨୩ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ଉକ୍ତ ମାମଲାରେ ମୃତ ଦିବ୍ୟଦୀପ୍ତିଙ୍କ ସ୍ୱାମୀ ଧୀରେନ୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking