32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମାଡ୍ରାସ ହାଇକୋର୍ଟ ଇତିହାସରେ ପ୍ରଥମ: ହ୍ୱାଟସ୍‌ଆପରେ ଶୁଣାଣି କଲେ ବିଚାରପତି

ମାଡ୍ରାସ ହାଇକୋର୍ଟ ଇତିହାସରେ ପ୍ରଥମ: ହ୍ୱାଟସ୍‌ଆପରେ ଶୁଣାଣି କଲେ ବିଚାରପତି

ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ଜନୈକ ବିଚାରପତି ଗୋଟିଏ ମାମଲାର ଶୁଣାଣି ହ୍ୱାଟସ୍‌ଆପରେ କରିଥିବା ଜଣାପଡିଛି । ଧର୍ମପୁରୀ ଜିଲ୍ଲାରେ ଅବସ୍ଥିତ ଏକ ମନ୍ଦିିର ପ୍ରସଙ୍ଗରେ ଏହି ମାମଲା ଦାଏର କରାଯାଇଥିଲା । ତେବେ ରବିବାର (ମେ’୧୫) ମାମଲାର ଜରୁରୀ ଶୁଣାଣି କରାନଗଲେ ପରିସ୍ଥିତି ଜଟିଳ ହୋଇପଡିବ ବୋଲି ପିଟିସନଧାରୀଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ । ଜଷ୍ଟିସ ଜି.ଆର.ସ୍ୱାମୀନାଥନ ରବିବାର ଗୋଟିଏ ବିବାହ ଉତ୍ସବରେ ଯୋଗଦେବାକୁ ତାମିଲନାଡୁର ନାଗରକୋଏଲ ସହରକୁ ଯାଇଥିବାବେଳେ ଶୁଣାଣି ପାଇଁ ତାଙ୍କୁ ପ୍ରସ୍ତୁତ ହେବାକୁ ପଡିଥିଲା । ଚେନ୍ନାଇ ପ୍ରତ୍ୟାବର୍ତ୍ତନ କରି ଶୁଣାଣି କରିବା ଅସମ୍ଭବ ହୋଇପଡିବାରୁ ଜଷ୍ଟିିସ ସ୍ୱାମୀନାଥନ ଅଗତ୍ୟା ମୋବାଇଲ ହ୍ୱାଟସ୍‌ଆପ୍‌ର ସହାୟତା ନେଇଥିଲେ । ବିଚାରପତି, ପିଟିସନଧାରୀଙ୍କ ଓକିଲ ଏବଂ ଆଡଭୋକେଟ ଜେନେରାଲ ତିନିଟି ପୃଥକ ସ୍ଥାନରେ ଥିବାବେଳେ ହ୍ୱାଟସ୍‌ଆପ୍‌ରେ ସେମାନେ ସମ୍ପର୍କ ସ୍ଥାପନ କରିଥିଲେ । ମାଡ୍ରାସ ହାଇକୋର୍ଟ ଇତିହାସରେ ପ୍ରଥମ ଥର କୌଣସି ମାମଲାର ଶୁଣାଣି ହ୍ୱାଟସ୍‌ଆପରେ କରାଯାଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking