26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶକାର୍ତ୍ତୀଙ୍କ ବିରୋଧରେ ସିବିଆଇ ମାମଲା: ଲାଞ୍ଚ ନେଇ ୨୬୦ ଚୀନ୍ ନାଗରିକଙ୍କୁ ଭିସା ପ୍ରଦାନ

କାର୍ତ୍ତୀଙ୍କ ବିରୋଧରେ ସିବିଆଇ ମାମଲା: ଲାଞ୍ଚ ନେଇ ୨୬୦ ଚୀନ୍ ନାଗରିକଙ୍କୁ ଭିସା ପ୍ରଦାନ

ନୂଆଦିଲ୍ଲୀ : ସିବିଆଇ ପକ୍ଷରୁ ମଙ୍ଗଳବାର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପୁତ୍ର କାର୍ତ୍ତୀଙ୍କ ବିରୋଧରେ ସାନି ମାମଲା ଦାଏର କରାଯାଇଛି । ଲାଞ୍ଚ ଗ୍ରହଣ କରି କାର୍ତ୍ତୀ ପଞ୍ଜାବରେ ନିର୍ମଣାଧୀନ ଏକ ବିଦ୍ୟୁତ ପ୍ରକଳ୍ପ ପାଇଁ ଚୀନ୍ ନାଗରିକଙ୍କୁ ଭିସା ଯୋଗାଇଥିବା ଅଭିଯୋଗ ହୋଇଛି । କାର୍ତ୍ତୀ ୨୬୦ ଜଣ ଚୀନ୍ ନାଗରିକଙ୍କୁ ବେଆଇନଭାବେ ଭିସା ଯୋଗାଇଥିବାବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା କୁହାଯାଇଛି । ଭିସା ପାଇବାପରେ ଏହି ନାଗରିକମାନେ ଉକ୍ତ ପ୍ରକଳ୍ପରେ ଶ୍ରମିକଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ଏହି ପ୍ରସଙ୍ଗରେ ସିବିଆଇ ପକ୍ଷରୁ କାର୍ତ୍ତୀଙ୍କ ମାଲିକାନାରେ ଥିବା ୯ଟି ସ୍ଥାନରେ ଚଢଉ କରାଯାଇଛି । ଏଗୁଡିକ ମଧ୍ୟରେ ଚେନ୍ନାଇସ୍ଥିତ ଚିଦମ୍ବରମଙ୍କ ବାସଭବନ ଏବଂ ମୁମ୍ବାଇ, ଓଡ଼ିଶା, କର୍ଣ୍ଣାଟକ ଓ ପଞ୍ଜାବରେ ଥିବା କେତେକ ସ୍ଥାନ ସାମିଲ ରହିଛି । ସୂଚନାଯୋଗ୍ୟ ପି.ଚିଦମ୍ବରମ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ କେନ୍ଦ୍ରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଥିବାବେଳେ କାର୍ତ୍ତୀ ଏଭଳି ଦୁର୍ନୀତିକୁ କାର୍ଯ୍ୟକାରୀ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking