32.1 C
Bhubaneswar
Saturday, May 4, 2024
Homeଅପରାଧମୁଙ୍ଗେର୍ ଗୁଳିକାଣ୍ଡକୁ ନେଇ ତଦନ୍ତ ଦାବି

ମୁଙ୍ଗେର୍ ଗୁଳିକାଣ୍ଡକୁ ନେଇ ତଦନ୍ତ ଦାବି

ବିହାର:ବିହାର ରେ ଚାଲିଛି ନିର୍ବାଚନୀ ତାତିା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହାସହ ଦୁର୍ଗାପୂଜା ଭଷାଣି ବେଳେ ଘଟିଥିବା ଗୁଳିକାଣ୍ଡର ତଦନ୍ତ ଦାବି କରି ବିଭିନ୍ନ ଦଳର ନେତା ସରକାରଙ୍କୁ ହମଲା କରିଛନ୍ତି । ମଙ୍ଗଳବାର ଦିନ ମା’ଦୁର୍ଗାଙ୍କ ଭଷାଣୀ ବେଳେ ଜୋରଦାର ପଥର ଓ ପୋଲିସ୍‌ର ଗୁଳି ବିନିମୟ ହୋଇଥିଲା ।ଏହି ଘଟଣାରେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହେଇଥିବା ବେଳେ ପ୍ରାୟ ୧୨ ଜଣ ଲୋକ ଆହତ ହୋଇଛନ୍ତିା ଏଥିରେ ବିହାର ଏସ୍‌ପି ଲିପି ସିଂଙ୍କୁ ସମାଲୋଚନା କରାଯାଇଥିଲା । ବୁଧବାର ଦିନ କଂଗ୍ରେସ୍ ମୁଖ୍ୟପାତ୍ର ରଣଦୀପ୍ ସୁରଜୱାଲା ବିଜେପି ଓ ଜେଡ଼ିୟୁ ଉପରେ ହମଲା କରିଛନ୍ତି । ଆର୍‌ଜେଡ଼ି ନେତା ତେଜସ୍ୱୀ ଯାଦବ ଓ ଏଲ୍‌ଜେପି ନେତା ଚିରାଗ ପାଶୱନ୍ ମଧ୍ୟ ତଦନ୍ତ ପାଇଁ ଦାବି କରିଛନ୍ତି ।ଏସ୍‌ପି ଲିପି ସିଂ ଙ୍କୁ ସମାଲୋଚନା କରି ତାଙ୍କୁ ଜେନେରାଲ ଡ଼ାୟାର୍ ହେବା ପାଇଁ କିଏ ଅନୁମତି ଦେଲା ବୋଲି ତେଜସ୍ୱୀ ପଚାରିଥିଲେ । ଓ ହାଇକୋର୍ଟ ଦ୍ୱାରା ଏହାର କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଥିଲେ । ଏହା ଏକ ସାଧାରଣ ଘଟଣା ନଥିଲା । ତେଣୁ ଦୋଷୀଙ୍କୁ ଉଚିତ୍ ଦଣ୍ଡ ମିଳିବା ସହ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଗୃହମନ୍ତ୍ରୀ ନିତୀଶ୍ କୁମାରଙ୍କୁ ଏହାର ଜବାବ୍ ମାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking