31.1 C
Bhubaneswar
Tuesday, April 23, 2024
HomeUncategorized୬ ଲକ୍ଷ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ

୬ ଲକ୍ଷ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ

କଟକ : କଟକ ସହରବାସୀଙ୍କ ପାଇଁ ଖୁସି ଖବର । ଟ୍ୟାପ୍‌ରୁ ମିଳିବ ଏବେ ପାନୀୟଯୋଗ୍ୟ ଜଳ । ପୁରୀ ପରେ ଏବେ ଏହି ସୁବିଧା କଟକରେ ଉପଲବ୍ଧ ହେବାକୁ ଯାଉଛି । ଫଳରେ ସହରବାସୀଙ୍କୁ ଅନ୍ୟ କୌଣସି ୱାଟର ପ୍ୱ୍ୟୁରିଫାୟାର ବ୍ୟବହାର କରିବାକୁ ପଡ଼ିବନି । ସରକାର ଏବେ ଏହି ଯୋଜନା ପୁରା ସହର ପାଇଁ କାର‌୍ୟ୍ୟକାରୀ କରିବାକୁ ଯାଉଛନ୍ତି । ଏଥିରେ ପ୍ରାୟ ୬ ଲକ୍ଷ ଲୋକ ଉପକୃତ ହେବେ । ପୂର୍ବରୁ ସିଡ଼ିଏ ଭଳି ସହରରେ ଲୋକ ପିଇବା ପାଣି ପାଇଁ ଅସୁବିଧାର ସମୁଖିନ ହେଉଥିଲେ । ସେହି ସମସ୍ୟା ଏବେ ଏହି ଯୋଜନାରୁ ଦୁର ହେବା
ପୁର୍ବରୁ ଏହି ‘ଡ଼୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌’ ଯୋଜନା ପୁରୀରେ ସରକାରଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଛି । ଫଳରେ ପୁରୀ ସହରବାସୀ ଏବେ ୨୪ ଘଣ୍ଟା ବିଶୁଦ୍ଧଜଳ ପାଇବେ । ତେବେ ଏହି ଯୋଜନା ପୁରୀ ପରେ କଟକରେ ହେବାକୁ ଯାଉଛିା କଟକରେ ଏବେ ଆରମ୍ଭ ହେଇଥିବା ‘ଅମୃତ ଯୋଜନା’ ଏହି ‘ଡ଼୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌’ ଯୋଜନାକୁ ଶୀଘ୍ର ସଫଳ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛିା ଜନସ୍ୱାସ୍ଥ୍ୟ ବିଭାଗର କହିବା ଅନୂଯାୟୀ କଟକରେ ଏହି ଯୋଜନା ପୂର୍ବରୁ ସରିସାରନ୍ତାଣି କିନ୍ତୁ କେତେକ ପୁର୍ବ କାର‌୍ୟ୍ୟ ଶେଷ ନ ହେଇପାରିଥିବାରୁ ଏହି ଯୋଜନାରେ ବିଳମ୍ବ ହେଲା । ଏହି ଯୋଜନା ପୂର୍ଣ୍ଣ ରୁପେ କାର‌୍ୟ୍ୟକାରୀ ପାଇଁ ୨୪ ଘଣ୍ଟା ପାନୀୟ ଜଳ ଯୋଗାଣର ଅବଶ୍ୟକତା ଥିଲା ବେଳେ ଏବେ ସହରରେ ମାତ୍ର ୮ ଘଣ୍ଟା ପାଣି ଯୋଗାଯାଉଛି । ତେଣୁ ଅନ୍ୟ ସମୟରେ ଯଦି ପାଣି ପାଇପ୍ ଶୁଖିଲା ରୁହେ ତେବେ ସେଥିରେ ବାହାର ଦୂଷିତ ପାଣି ପଶି ଏହାର ବିଶୁଦ୍ଧତା ନଷ୍ଟ କରିପାରେ । ତେଣୁ ପ୍ରଥମେ ୨୪ ଘଣ୍ଟିଆ । ଜଳ ଯୋଗାଣର ଆବଶ୍ୟକତା ରହିଛି ।ତେଣୁ କଟକରେ ପ୍ରଥମେ ବିଭିନ୍ନ ସ୍ଥାନରେ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେଉଛି ଇତିମଧ୍ୟରେ ସହରରେ ପ୍ରାୟ ୧ ହଜାର କି.ମିର ପାଇପ୍‌ଲାଇନ୍ ବିଛା କାର‌୍ୟ୍ୟ ଶେଷ ହେଇଛିା ତେଣୁ ଖୁବ୍ ଶୀଘ୍ର ୨୪ ଘଣ୍ଟିଆ ପାଣି ଯୋଗାଣ ସହ ସରକାରଙ୍କ ‘ଡ଼୍ରିଙ୍କ୍ ଫ୍ରମ୍ ଟ୍ୟାପ’ ଶୀଘ୍ର କାର‌୍ୟ୍ୟକାରୀ ହେବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ।
ସୂଚନାଥାଉକି ୧ ଲିଟର ପିଇବା ପାଣିରେ ୧ ମିଲିଗ୍ରମ୍ ଆଇରନ୍ ରହିବା କଥା । କିନ୍ତୁ କଟକ ସହରରେ ଏହାର ମାତ୍ରା ୩ରୁ ୫ ମିଲିଗ୍ରାମ୍ ରହିଛି । ଫଳରେ ସହରବାସୀଙ୍କୁ ପାନୀୟ ଜଳ ପାଇଁ ଅସୁବିଧାର ସମୁଖିନ ହବାକୁ ପଡ଼ୁଛି ।ଏହି ଯୋଜନା ପରେ ଅଇରନ୍ ମିଶା ପାଣିରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking