32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିଲ୍ଡିଂରେ ଲାଗିଲା ନିଆଁ ; ୪୬ ଜଣ ଜୀବନ୍ତ

ବିଲ୍ଡିଂରେ ଲାଗିଲା ନିଆଁ ; ୪୬ ଜଣ ଜୀବନ୍ତ

ନୂଆଦିଲ୍ଲୀ : ଦକ୍ଷିଣ ତାଇୱାନ୍‌ରୁ ଆସିଛି ଅଭାବନୀୟ ଘଟଣା । ଏକ ଆବସିକ ଭବନରେ ନିଆଁ ଲାଗିଯିବା ଫଳରେ ୪୬ ଜଣ ଜୀବନ୍ତ ଜଳି ଯାଇଥିବା ଜଣାପଡ଼ିଛି । ଏହି ନିଆଁ ଗୁରୁବାର ଭୋରରୁ ଲାଗିଥିଲା ଏବଂ ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି ।

ଅଗ୍ନିଶମ ବିଭାଗର ଆଧିକାରୀକ ସୂଚନାରୁ ଜଣାପଡ଼ିଛି ଯେ, ୧୪ ଷ୍ଟୋରୀ ବିଲ୍ଡିଂରେ ଭୋର ୩ଟାରୁ ନିଆଁ ଧରିଥିଲା । ୫୫ ଜଣ ଲୋକଙ୍କୁ ଏଥିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିବା ବେଳେ ନିଆଁରେ ଆଉ କେହି ଫସି ରହିଥିବା ନେଇ ଖୋଜା ଖୋଜି ଜାରିରହିଛି ।

ଅତିକମରେ ୧୧ ଟି ମୃତଦେହକୁ ସିଧା ଶ୍ମଶାନକୁ ପଠାଯାଇଥିଲା ବୋଲି ଅଗ୍ନିଶମ ମୁଖ୍ୟ ଲି ଚିଙ୍ଗ-ହିସୁ ଘଟଣାସ୍ଥଳରେ ଗଣମାଧ୍ୟମକୁ କହିଛନ୍ତି। ଡାକ୍ତରଖାନା ନିଆଯାଇଥିବା ୫୫ ଜଣଙ୍କ ମଧ୍ୟରେ ୧୪ ଜଣ ବ୍ୟକ୍ତିଙ୍କର ମୃତଦେହ ହିଁ ମିଳିଛି । ତାଇୱାନରେ ମୃତ୍ୟୁର ସରକାରୀ ନିଶ୍ଚିତକରଣ କେବଳ ଡାକ୍ତରଖାନାରେ କରାଯାଇପାରିବ। ଅଗ୍ନିଶମ କର୍ମଚାରୀମାନେ ଅପରାହ୍ନରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାରୁ ମୃତ୍ୟୁ ସଂଖ୍ୟା ୪୦ରୁ ଅଧିକ ହୋଇପାରେ ବୋଲି ଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking