ସଶସ୍ତ୍ର ବାହିନୀରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ : ପ୍ରଥମେ ଏନଡିଏରେ ସାମିଲ ହେବା ପାଇଁ ମହିଳାଙ୍କୁ ଅନୁମତି ମିଳିଥିଲା । ହେଲେ ଦେଶର ବୀର ମହିଳାଙ୍କୁ କେବଳ ଏନଡିଏରେ ହିଁ ସୀମିତ ରଖିନାହାଁନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ମହିଳାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଏଣିକି ପ୍ରାଥମିକ ସାମରିକ ତାଲିମ ପ୍ରତିଷ୍ଠାନରେ ଭାରତରେ ମହିଳାମାନେ ଯୋଗଦେବେ । ସଶସ୍ତ୍ର ବାହିନୀରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନାଥ ସିଂହ ସଂଘାଇ ସହଯୋଗ ସଙ୍ଗଠନର ଏକ ସେମିନାରରେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆସନ୍ତା ବର୍ଷ ଠାରୁ ମହିଳାମାନେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗଦେବେ ।

ଯାହା ଆମର ପ୍ରଥମ ତିନୋଟି ସେବା ପାଇଁ ଏକ ପୂର୍ବ-ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଅଟେ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ବିପିନ ରାୱତ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ । ତେବେ ମହିଳାମାନେ ତାଙ୍କ ଦକ୍ଷତାକୁ ବହୁ ଆଗରୁ ପ୍ରମାଣ କରିସାରିଛନ୍ତି । ପାରାଟ୍ରୁପର, ବୁଡ଼ାଜାହାଜ ଏବଂ ଯୁଦ୍ଧ ବିମାନ ପାଇଲଟଙ୍କ ପରି ଯୁଦ୍ଧ ଭୂମିକାରେ ମହିଳାମାନେ ନିଜର ଚମକ୍ରାର ପ୍ରମାଣ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here