28.1 C
Bhubaneswar
Saturday, April 27, 2024
Homeଅପରାଧ୧୧ବର୍ଷ ଝିଅ ସାଥିରେ ବାପା ଯାହା କରୁଥିଲା ଜାଣିଲେ ହୋସ୍ ଉଡ଼ିବ....

୧୧ବର୍ଷ ଝିଅ ସାଥିରେ ବାପା ଯାହା କରୁଥିଲା ଜାଣିଲେ ହୋସ୍ ଉଡ଼ିବ….

ଲକ୍ଷ୍ନୌ : ବାପା ନୁହେଁ ସେ ନର ରାକ୍ଷାସ । ଝିଅକୁ ରକ୍ଷା କରିବା ପରିବର୍ତ୍ତେ ଇଜ୍ଜତ୍ ଲୁଟୁଥିଲା ଅମଣିଷ । ବର୍ଷ ବର୍ଷ ଧରି କୁନି ଝିଅକୁ ଦୁଷ୍କର୍ମ କରୁଥିଲା ପିଶାଚ ବାପା । ଉତ୍ତରପ୍ରଦେଶର ଲଲିତପୁର ଜିଲ୍ଲାରେ ବାପାଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏକାଦଶ ଶ୍ରେଣୀରେ ଜଣେ ନାବାଳିକା ଜନ୍ମକଲା ବାପା ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି । ବାପା ଯେ କେବଳ ଦୁଷ୍କର୍ମ କରୁଥିଲା ତା’ନୁହେଁ ପଣ୍ୟ ବସ୍ତୁ ପରି ସାଙ୍ଗସାଥୀଙ୍କ ହାତକୁ ଟେକି ଦେଉଥିଲା । ସପା ଓ ବସପା ଜିଲ୍ଲା ସଭାପତିଙ୍କ ସମେତ ୨୮ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଅଭିଯୋଗ ପରେ ଘଟଣାକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତ ପିତା, ସପା ଜିଲ୍ଲା ସଭାପତି ତିଲକ ଯାଦବ, ବସପା ଜିଲ୍ଲା ସଭାପତି ଦୀପକ ଅହିରୱାରଙ୍କ ସମେତ ସମସ୍ତ ୨୮ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ସୂଚନା ଅନୁଯାୟୀ,

୧୧ ବର୍ଷ ବୟସରୁ ଝିଅକୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଅମଣିଷ ବାପା । ନାବାଳିକାଙ୍କ ଅଭିଯୋଗ ଅନୁସାରେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରୁ ବାପା ତାକୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରୁଥିଲା । କୁନି ଝିଅର ଚିତ୍କାର ତା’ କାନକୁ ପଡ଼ୁନଥିଲା । କାକୁତି ମିନତି ହେଲେ ବି ଶୁଣୁନଥିଲା ନରପିଶାଚ । ଧୀରେ ଧୀରେ ନାବାଳିକା ପାଇଁ ଜୀବନ ଆହୁରି ଦୁର୍ବିସହ ହୋଇଗଲା । ବାପା ନିଜ ବନ୍ଧୁମାନଙ୍କୁ ହାତକୁ ଟେକିଦେଇଥିଲା କୁନି ଝିଅକୁ । ସପା ଜିଲ୍ଲା ସଭାପତି ତିଲକ ଯାଦବ ଏବଂ ବସପା ଜିଲ୍ଲା ସଭାପତି ଦୀପକ ଅହିରୱର ଏହି କୁକର୍ମରେ ସାମିଲ ଅଛନ୍ତି । ତେବେ ଏଥିପାଇଁ ବିରୋଧ କରୁଥିଲେ ପୀଡ଼ିତା ଓ ତାଙ୍କ ମା’କୁ ଧମକ ଦିଆଯାଇଥିଲା । ଜୀବନରୁ ମାରି ଦେବାକୁ ଭୟ ଦେଖାଉଥିଲେ ନରପିଶାଚ । ଆଉ ଏଥିପାଇଁ ଭୟରେ ସେ ଚୁପ୍ ରହୁଥିଲେ ଓ ବର୍ଷ ବର୍ଷ ଧରି ନର୍କଯାତନା ଭୋଗି ଚାଲୁଥିଲେ । ହେଲେ ବର୍ତ୍ତମାନ ସାହସ କରି ପୀଡିତା ଛାତ୍ରୀ ଏବଂ ତାଙ୍କ ମା ପୋଲିସ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି ପୋଲିସ । ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ପିତାଙ୍କ ଏପରି ଘୃଣ୍ୟ କାମ ସାମ୍ନାକୁ ଆସିବା ପରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଡ଼ା ଦଣ୍ଡବିଧାନ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking