40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜ୍ୱରରେ ପିଡୀତ ହେବା ପରେ ଦିଲ୍ଲୀ  ଏମସରେ ଭର୍ତି ହୋଇଛନ୍ତି । ସୂତ୍ର ଅନୁସାରେ, ଦୁଇ ଦିନ ପୂର୍ବରୁ ସେ ଜ୍ୱରରେ ପୀଡିତ ଥିଲେ ଓ ଆଜି ଚିକିତ୍ସକଙ୍କ ପରାମର୍ଶକ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଡାକ୍ତରଙ୍କ ନଜରରେ ସେ ରହିଛନ୍ତି । ମନମୋହନ ସିଂ ଚଳିତ ବର୍ଷ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ । ୧୯ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଏମ୍ସ ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଏହାପରେ ୨୯ ଏପ୍ରିଲରେ ସେ ଡିସଚାର୍ଜ ହୋଇଥିଲେ । ତେବେ ସେ ୪ ମାର୍ଚ୍ଚ ଓ ୩ ଏପ୍ରିଲରେ କରୋନାର ଦୁଇଟି ଯାକ ଡୋଜ ନେଇଥିଲେ । ୮୮ ବର୍ଷୀୟ ମନମୋହନ ସିଂଙ୍କୁ ସୁଗାର ରୋଗ ରହିଛି । ତାଙ୍କର ଦୁଇଟି ବାଇପାସ ସର୍ଜରୀ ବି ହୋଇସାରିଛି । ପ୍ରଥମ ସର୍ଜରୀ ୧୯୯୦ ୟୁନାଇଟେଡ କିଙ୍ଗଡମରେ ହୋଇଥିଲା । ପରେ ୨୦୦୯ରେ ଏମ୍ସରେ ଆଉ ଏକ ସର୍ଜରୀ ହୋଇଥିଲା । ଗତବର୍ଷ ଏକ ନୂଆ ମେଡିସିନ ପାଇଁ ରିଆକ୍ସନ ଓ ଜ୍ୱର ହେବା ପରେ ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା । ଅନେକ ଦିନ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ୨୦୦୪ରୁ ୨୦୧୪ ଯାଏଁ ସେ ପ୍ରଧାନମନ୍ତ୍ରୀ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking