33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୀମାରେ ସହିଦ ହୋଇଗଲା ଯବାନ ପୁଅ: ଝୁରୁଛ ଗାଁ, ବାହୁନି କାନ୍ଦୁଛି ମା’

ସୀମାରେ ସହିଦ ହୋଇଗଲା ଯବାନ ପୁଅ: ଝୁରୁଛ ଗାଁ, ବାହୁନି କାନ୍ଦୁଛି ମା’

ନୂଆଦିଲ୍ଲୀ: ଆଜି ମାଟି ଝୁରୁଛି, ସାଥୀ ବି ଝୁରୁଛି ଆଉ ମନେ ପକାଉଛି ଗାଁର ପ୍ରତ୍ୟେକଟି ବ୍ୟକ୍ତି । ଏଇଠି ସେ ବଢ଼ିଥିଲା, ଚାଲି ଶିଖିଥିଲା । ସେ ଥିଲା ଗାଁ ମାଟି ପାଇଁ ଗର୍ବ । ଆଜି ସେ ଫେରିଛନ୍ତି ସେହି ଗାଁକୁ ହେଲେ ଜୀବନ୍ତ ନୁହେଁ ବରଂ ସହିଦର ଆଖ୍ୟା ନେଇ ଫେରିଛି । ପଞ୍ଜାବର ବିଭିନ୍ନ କୋଣ ଅନୁକୋଣରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁରଦାସପୁର ହେଉ କି ରୁପର୍ କିମ୍ବା କପୁରଥାଲା, ସବୁଠି ଆଜି ସହିଦଙ୍କ ସମ୍ମାନରେ ନଇଁଛି ମଥା । ଦୁଇ ଦିନ ତଳେ କାଶ୍ମୀର ଉପତ୍ୟକାରେ ସହିଦ ହୋଇଥିବା ଯବାନଙ୍କ ପାର୍ଥୀବ ଶରୀର ଆଜି ପହଞ୍ଚିଛି । ରୁପ୍‌ରେ ସିପାହୀ ଗଜନ୍ ସିଂହଙ୍କ ମରଶରୀର ଆସିବା ପରେ ତାଙ୍କ ଶେଷ ଦର୍ଶନ କରିବାକୁ ଜମିଛି ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ । ପୁଅର ଗୋଟିଏ ଝଲକ ଦେଖିବାକୁ କାହିଁ କେତେ ଆଡ଼ୁ ଲୋକେ ଚାଲି ଆସିଛନ୍ତି । ଗୁରଦାସପୁରରେ ଯବାନ ମନଦୀପ ସିଂହଙ୍କୁ ବି ଶେଷ ସମ୍ମାନ ଜଣାଇବାକୁ ଗାଁର ପ୍ରତ୍ୟେକଟି ଲୋକ ଆସି ପହଞ୍ଚିଛନ୍ତି । କପୁରଥାଲାରେ ମଧ୍ୟ ନାଏବ ସୁବେଦାର ଜସବିନ୍ଦର ସିଂହଙ୍କ ସହିଦ୍ ଗାଥାକୁ ମନେ ପକାଇ କୋହ ସମ୍ଭାଳି ପାରୁନାହାନ୍ତି ପରିବାର ଲୋକେ । ପଞ୍ଜାବର ଚାରିଆଡେ ଶୋକାକୁଳ ପରିବେଶ ଖେଳିଯାଇଛି । ସାରା ଦେଶ ଏହି ସହିଦ ଯବାନଙ୍କୁ ମନେ ପକାଉଛି କାନ୍ଦୁଛି । ବିଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ସୁରକ୍ଷା ବାହିନୀ ଦ୍ୱାରା ନିରନ୍ତର ଅପରେସନ ଜାରି ରହିଛି । ହେଲେ ଏହାରି ଭିତରେ ଦେଶ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଜମ୍ମୁର ପୁଞ୍ଚ ଜିଲ୍ଲାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ସେନା କର୍ମଚାରୀ ଏବଂ ଜଣେ ଜେଏସଓ ସିହଦ୍ ହୋଇଛନ୍ତି । ଅପରେସନ୍ ସମୟରେ ପାଞ୍ଚ ଜଣ ଯବାନ ଗୁରୁତର ଆହତ ହୋଇଥିଲେ ଏବଂ ପରେ ସେମାନେ ସହିଦ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking