29.1 C
Bhubaneswar
Saturday, May 4, 2024
Homeଓଡିଶାଜୟପୁର ପାଇଁ ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ କଲା ବିଜେପି

ଜୟପୁର ପାଇଁ ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର: କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବ ନିର୍ବାଚନରେ ଦଳରୁ ପ୍ରାର୍ଥୀ ହୋଇଥିବା ଗୌତମ ସାମନ୍ତରାୟଙ୍କ ଉପରେ ପୁଣି ଭରସା କରିଛି ଦଳ । ଚଳିତ ବିଧାନସଭା ନିର୍ବାଚନରେ ଗୌତମକୁ ବିଜେପି ଜୟପୁର ଆସନ ପାଇଁ ଟିକେଟ୍‌ ଦେଇଛି। ଏଠାରେ ପୂର୍ବରୁ କଂଗ୍ରେସରୁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଓ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସ୍ତ୍ରୀ ଇନ୍ଦିରା ନନ୍ଦଙ୍କୁ ବିଜେଡି ଟିକେଟ୍‌ ଦେଇଛି। ଫଳରେ ଚଳିତ ନିର୍ବାଚନରେ ଜୟପୁରରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ବିଜେପି ରାଜ୍ୟର ସମସ୍ତ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ୨ଟି ଆସନରେ ପ୍ରାର୍ଥୀ ବଦଳାଇବା ସହ ୧୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ଏହିଭଳି ଦୁଇଟି ପର୍ଯ୍ୟାୟରେ ଦଳ ସମୁଦାୟ ୧୩୧ ବିଧାନସଭା ଆସନରେ ଏହାର ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଆଜି ଜୟପୁରରୁ ଗୌତମ ସାମନ୍ତରାୟଙ୍କ ନାଁରେ ମୋହର ବାଜିବା ପରେ ଦଳର ମୋଟ ପ୍ରାର୍ଥୀ ସଂଖ୍ୟା ୧୩୨ ହୋଇଛି । ଏବେ ମଧ୍ୟ ୧୫ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking