29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଫିଲ୍ମ ଫାଇନାନ୍ସର ୟୁସୁଫ ଲକଡାୱାଲାଙ୍କୁ ଗିରଫ କଲା ଇଡି

ଫିଲ୍ମ ଫାଇନାନ୍ସର ୟୁସୁଫ ଲକଡାୱାଲାଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଖଣ୍ଡାଲାରେ ଗୋଟିଏ ମୂଲ୍ୟବାନ ଜମି କିଣିବା ପାଇଁ କଥିତ ରୂପରେ ନକଲି କାଗଜପତ୍ର ବନାଇଥିବା ସହ ଜଡିତ ଏକ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ମୁମ୍ବାଇସ୍ଥିତ ବିଲ୍ଡର ଓ ଫିଲ୍ମ ଫାଇନାନ୍ସର ୟୁସୁଫ ଏମ ଲକଡାୱାଲାଙ୍କୁ ଗିରଫ କରିଛି ।
ଇଡି ତରଫରୁ କୁହାଯାଇଛି ଯେ, ଲକଡାୱାଲାଙ୍କୁ ସଂପତ୍ତି ଶୋଧନ କାନୁନ ଧାରା ଅନୁସାରେ ଗିରଫ କରାଯାଇଥିଲା ଏବଂ ପରେ ଏକ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ଆରୋପୀକୁ ୨ ଜୁନ ପର୍ଯ୍ୟନ୍ତ ଇଡି କୁ ପଠାଇଦେଇଛି ।
ପୁଣେ ଜିଲ୍ଲାର ମାବଲ ତହସିଲ ଅନ୍ତର୍ଗତ ଘଣ୍ଟାଲାରେ ୫୦ କୋଟି ମୂଲ୍ୟର ଜମିର ମିଛ କାଗଜପତ୍ର ବନାଇବା ମାମଲାରେ ମୁମ୍ବାଇ ପୋଲିସର ଆର୍ଥିକ ଅପରାଧ ଶାଖା ଦ୍ୱାରା  ୨୦୧୯ରେ ମାମଲା ରୁଜୁ ହୋଇଥିଲା । ଯାହା ଆଧାରରେ ୭୬ ବର୍ଷୀୟ ଲକଡାବାଲା ଓ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking