35.1 C
Bhubaneswar
Friday, May 10, 2024
Homeଦେଶ ବିଦେଶପାଣି ଭିତରେ ଝରଣା

ପାଣି ଭିତରେ ଝରଣା

ଭୁବନେଶ୍ୱର: ଆପଣମାନେ ସମସ୍ତେ ଛୋଟ ବଡ ଝରଣା ଦେଖିଥିବେ । ଆଉ କୌଣସି ଓାଟରଫଲ ଜାଗାକୁ ଯଦି ବୁଲିବାକୁ ଯିବାର ଅଛି ତେବେ ଆମେ ମନା କରିନଥାଉ । ସାରା ଦୁନିଆରେ ଏମିତି ଅନେକ ୱାଟରଫଲ ରହିଛି, ଯାହା ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରେ । ହେଲେ ଆପଣ କେବେ ପାଣି ଭିତରେ ଝରଣା ଥିବା ଶୁଣିଛନ୍ତି କି । ଯଦି ଶୁଣିନାହାନ୍ତି, ତେବେ କହିରଖୁଛୁ ଏମିତି ଏକ ଝରଣା ମରିସସରେ ରହିଛି । ଯାହା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରେ । ଭାରତ ମହାସାଗରରେ ଆଫ୍ରିକାରୁ ୨ ହଜାର କିଲୋମିଟର ଦୂରରେ ଅବସ୍ଥିତ ମରିସସ ପଶ୍ଚିମ ତଟରେ ଏହି ଝରଣା ରହିଛି । ଖାସ କଥା ହେଲା ଯେ, ସେଠାରେ ୬୮ ପ୍ରତିଶତ ଭାରତୀୟ ବସବାସ କରନ୍ତି  ଏବଂ ସେଠାରେ ଅନେକ ମନ୍ଦିର ରହିଛି । ୧୮୪୫ ମସିହାରେ କାମ କରିବା ସନ୍ଧାନରେ ଲୋକେ ଯେତେବେଳେ ବୋଟରେ ସେଠାକୁ ଯାଇଥିଲେ, ସେହି ସମୟରେ ସେମାନଙ୍କୁ ଏହି ଆଇଲାଣ୍ଡ ବିଷୟରେ ଜଣାପଡିଥିଲା । ଯାହାର ନାଁ ଥିଲା ମରିସସ ଆଇଲାଣ୍ଡ । ଉପରୁ ଏହାକୁ ଦେଖିଲେ ଏହା ଝରଣା ଭଳି ମନେହୁଏ । ଆପଣ ବି ଦ୍ୱନ୍ଦରେ ପଡିଯିବେ ଏହା ଝରଣା କି ନୁହେଁ ।
ତେବେ ଏହା ଲୋକଙ୍କ ମଧ୍ୟରେ ୱାଟରଫଲ ଭାବରେ ଲୋକପ୍ରିୟ ହୋଇଛି ସତ । ମାତ୍ର ବାସ୍ତବରେ ଏମିତି ନୁହେଁ । ଏହା କେବଳ ଦୃଷ୍ଟି ଭ୍ରମ ସୃଷ୍ଟି କରେ ।  ଏହାକୁ ଦେଖିଲେ ୱାଟରଫଲ ଭଳି ମନେ ହୁଏ କାରଣ ବାଲି ଓ ସେହି ପାଣି ଯେଉଁଭଳି ଭାବରେ ବହୁଛି, ତାହା ଏକ ନାଟକୀୟ ଦୃଶ୍ୟ ସୃଷ୍ଟି କରେ । ଯାହାଦ୍ୱାରା ସମୁଦ୍ର ପାଣି ଭିତରକୁ ଯିବା ଭଳି ଲାଗେ । ଏହି ଅଣ୍ଡରଓାଟର ୱାଟରଫଲ କୁ ଦେଖିବା ପାଇଁ ସାରା ଦୁନିଆରୁ ଲୋକେ ଏଠାକୁ ଆସନ୍ତି । ଏହାସହିତ ଏହି ବିଚ ର ସୁନ୍ଦରତା ଉପବୋଗ କରନ୍ତି  । ଯାହା ସଂପୂର୍ଣ୍ଣ ଭାବରେ ଧଳା ବାଲିରେ ଭର୍ତ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking