32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବରକୁ ଗୁଳି କଲା ସମ୍ପର୍କୀୟ ଭାଇ

ବରକୁ ଗୁଳି କଲା ସମ୍ପର୍କୀୟ ଭାଇ

ଉତ୍ତରପ୍ରଦେଶ : ବର ବେଶରେ ସଜ ହୋଇଥିଲେ ଯୁବକ । ବରଯାତ୍ରୀ ଧରି କନିଆ ଘର ଅଭିମୁଖେ ବାହାରିଥିଲେ। ବାଜାବାଣରେ ଫାଟି ପଡ଼ୁଥିଲା ରାସ୍ତାଘାଟ। ଏହି ସମୟରେ ଘଟିଗଲା ଅଘଟଣ। ହଠାତ୍‌ ବରଙ୍କ ସମ୍ପର୍କୀୟ ଭାଇ ପହଞ୍ଚି ତାଙ୍କ ଉପରକୁ ଚଳାଇଲେ ଗୁଳି। ବର ବେଦୀରେ ପହଞ୍ଚିବା ପୂର୍ବରୁ ହସ୍ପିଟାଲରେ ପହଞ୍ଚିଗଲେ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାମପୁରରେ ଘଟିଛି। ରାମପୁର ଅଞ୍ଚଳର ହରଦୟାଲଙ୍କ ଝିଅଙ୍କ ବିବାହ ଉତ୍ତରାଖଣ୍ଡର ଓମ ପ୍ରକାଶଙ୍କ ପୁଅ କରଣଙ୍କ ସହ ସ୍ଥିର ହୋଇଥିଲା। ତେଣୁ କରଣ ବରଯାତ୍ରୀ ସହ ରୋଷଣି କରି କନିଆ ଘର ଅଭିମୁଖେ ବାହାରିଥିଲେ। ମାତ୍ର ହଠାତ ରାସ୍ତାରେ ଘଟିଗଲା ଅଘଟଣ।

ବରଙ୍କ ଭାଇଙ୍କ କହିବାନୁଯାୟୀ, ତାଙ୍କ ପରିବାର ସହ ମାଉସୀଙ୍କ ପରିବାରର ସମ୍ପର୍କ ଭଲ ନ ଥିବାରୁ ବିବାହ ଉତ୍ସବକୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାଉସୀ ପୁଅ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ। ଆଉ ବରକୁ ଗୁଳି କରି ଫେରାର ହୋଇ ଯାଇଛି। ତୁରନ୍ତ କରଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ବିପଦମୁକ୍ତ ଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ତଲାସୀ ଆରମ୍ଭ କରିଛି। ଏହି ଘଟଣା ଶୁଣି କନିଆ ଘର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ କରଣଙ୍କ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking