32.1 C
Bhubaneswar
Friday, April 26, 2024
Homeଓଡିଶା୨୦୧୫ ମସିହାରୁ ଏ ଯାଏଁ ଦୂତିଙ୍କୁ ୪ କୋଟି ୯ ଲକ୍ଷ ଟଙ୍କା ମିଳିଛି

୨୦୧୫ ମସିହାରୁ ଏ ଯାଏଁ ଦୂତିଙ୍କୁ ୪ କୋଟି ୯ ଲକ୍ଷ ଟଙ୍କା ମିଳିଛି

ଭୁବନେଶ୍ୱର : ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍‌ଡବ୍ଲୁ କାର୍‌ ବିକ୍ରି କରିବାକୁ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା ସହିତ ସରକାର ମଧ୍ୟ ତାଙ୍କ ଉପରେ ଅର୍ଥ ଖର୍ଚ୍ଚ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ନାନା ପ୍ରତିକ୍ରିୟା ଦେଖା ଦେଇଥିଲା। ଏହାପରେ ଆଜି ଆଥଲେଟ ଦୂତି ଚାନ୍ଦଙ୍କୁ ଆର୍ଥିକ ସହାୟତା ବିବରଣୀ ଦେଇଛନ୍ତି ରାଜ୍ୟ ସରକାର ।  ଓଡ଼ିଶା ଆଥଲେଟ ଦୂତି ଚାନ୍ଦଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ନେଇ କ୍ରୀଡ଼ା ବିଭାଗ ତଥ୍ୟ ରଖିଛି । ୨୦୧୮ ଏସିଆନ ଗେମ୍ସରେ ପଦକ ଜିତିଥିବାରୁ ୩ କୋଟିର ଭତ୍ତା ମିଳିଛି । ୨୦୧୫-୧୯ ପର୍ଯ୍ୟନ୍ତ ଅଭ୍ୟାସ ଓ ଆର୍ଥିକ ସହାୟତା ପାଇଁ ୩୦ଲକ୍ଷ ଟଙ୍କା ମିଳିଛି । ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ୫୦ଲକ୍ଷ ଟଙ୍କା ଦୁଇଟି କିସ୍ତିରେ ଦିଆଯାଇଛି । ଏହାସହ ଓଏମସିରେ ଗ୍ରୁପ-ଏ ଅଫିସର ଭାବେ ଚାକିରି ମିଳିଛି । ଓଏମସିରେ ଚାକିରି ପାଇଁ ଦୂତି ଚାନ୍ଦ ମାସିକ ୮୪,୬୦୪ ଟଙ୍କା ପାଉଛନ୍ତି । ଟ୍ରେନିଂ ଓ ଆର୍ଥିକ ସହାୟତା ପାଇଁ ଓଏମସି ୨୯ଲକ୍ଷ ଟଙ୍କା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking