28.1 C
Bhubaneswar
Friday, April 26, 2024
Homeଅପରାଧବଧୂ ହତ୍ୟା

ବଧୂ ହତ୍ୟା

ଯାଜପୁର : ଜିଲ୍ଲାର ବ୍ୟାସନଗର ପୌର ପରିଷଦ ପଦ୍ମପୁର ଠାରେ ଏକ ବଧୁ ହତ୍ୟା ହୋଇଥିବାର ଯାଜପୁର ରୋଡ ଥାନାରେ ଆଜି ଅଭିଯୋଗ ହୋଇଛି । ପ୍ରତିମା ଦାସଙ୍କୁ ଶ୍ଵଶୁର ଘର ଲୋକ ହତ୍ୟା କରି ଟାଙ୍ଗିଦେଇଥିବା ପ୍ରତିମାର ପରିବାର ଲୋକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ପଦ୍ମପୁରର ଭାଗୀରଥୀ ଦାସଙ୍କ ପୁଅ ମହେଶ୍ଵର କୁପଣ୍ଡର ମହାନ୍ତ ସାହି ଚିନ୍ତାମଣି ଦାସଙ୍କ ଝିଅ ପ୍ରତିମାକୁ ବୈଦିକ ରୀତିରେ ବିବାହ କରିଥିଲେ । ପ୍ରତିମାଙ୍କର ସ୍ଵାମୀ ଟଙ୍କା ପଇସାକୁ କେନ୍ଦ୍ର କରି ସର୍ବଦା କଳି ଝଗଡା କରୁଥିଲେ । ଶ୍ଵଶୁର ଘର ଲୋକ ମଧ୍ୟ ପ୍ରତିମାକୁ ଶାରୀରିକ ମାନସିକ ନିର‌୍ୟାତନା ଦେଇ ଆସୁଥିଲେ । ପ୍ରତିମାକୁ ମାରି ଝୁଲାଇ ଦେଇଥିବା ପ୍ରତିମାର ପରିବାର ଲୋକ ଅଭିଯୋଗ କରିଥିଲେ । ଏହାକୁ ପ୍ରତିମାର ଶ୍ଵଶୁର ଘର ଅସ୍ଵୀକ।ର କରୁଛନ୍ତି , ଏ ସଙ୍କ୍ରାନ୍ତରେ ପୋଲିସ ରେ ଅଭିଯୋଗ ହେଲାପରେ ପୋଲିସ ଘଟଣା ସ୍ତଳରେ ପହଞ୍ଛି ତଦନ୍ତ ଆରମ୍ଭ କରିଛି ।ଶବଟିକୁ ଉଦ୍ଦାର କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ସ୍ଵାସ୍ତ୍ୟକେନ୍ଦ୍ରକୁ ପଠାଯାଇଛି । ପୋଲିସ ପ୍ରତିମାର ସ୍ଵାମୀ ମହେଶ୍ଵରଙ୍କୁ ଅଟକ ରଖି ପଚରା ଉଚରା କରୁଛି । ପୋଲିସ ଏ ସଙ୍କ୍ରାନ୍ତରେ କେଶ ନମ୍ବର ୨୯୦/୨୦ ରେ ମୋକଦ୍ଦମା ଋଜୁକରି ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking