26.1 C
Bhubaneswar
Friday, March 29, 2024
Homeଓଡିଶାବଢୁଛି ସ୍ଥାନିୟ ସଂକ୍ରମଣ, ବଲାଙ୍ଗିରରେ୨ ଓ ପାଟଣାଗଡରେ ୧ ଚିହ୍ନଟ, ଘରକୁ ଘର ପରିକ୍ଷା ସହ...

ବଢୁଛି ସ୍ଥାନିୟ ସଂକ୍ରମଣ, ବଲାଙ୍ଗିରରେ୨ ଓ ପାଟଣାଗଡରେ ୧ ଚିହ୍ନଟ, ଘରକୁ ଘର ପରିକ୍ଷା ସହ ସହରର ବିଷୋଧିକରଣ ଦାବୀ

 
ବଲାଙ୍ଗୀର,- ବଲାଙ୍ଗୀର ରେ ଆଜି ନୂତନ ଭାବେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ଜଣ ବଲାଙ୍ଗିର ସହରର ହୋଇଥିବା ବେଳେ ଜଣେ ପାଟଣାଗଡ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଏହା ସହ ସହରରେ ଏଯାଏଁ ସମୁଦାୟ ୯୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ସମସ୍ତେ ସ୍ଥାନିୟ ସଂକ୍ରମଣ ର ଶିକାର ହୋଇଥିବା ସରକାରି ସୁତ୍ରରୁ ଦର୍ଶାାଯାଇଛି । ସ୍ଥାନିିୟ ସଂକ୍ରମଣ ଦିନକୁ ଦିନ ସହରର ବିଭିନ୍ନ ଅଂଚଳକୁ ବ୍ୟାପୁଥିବା ବେଳେ ଆଜି ସହରର ଏକ ଜନବହୁଳ ଅଂଚଳର ଚା ଦୋକାନ ମାଲିକ ଏହି ସଂକ୍ରମଣର ଶିକାର ହୋଇଥିବା ଚର୍ଚ୍ଚା ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ପ୍ରକାଶ ପାଉଛି । ଏଭଳି ସ୍ଥିରେ ସହରବାସୀ ଆହୁରି ଯତ୍ନବାନ ହେବା ସହ ଯଥା ଶିଘ୍ର ସାରା ସହରକୁ ବିଷୋଧନ ଓ ଘର ଘର ପରିକ୍ଷା କରା ନଗଲେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବୁଦ୍ଦିଜିବି ମାନେ ଚିନ୍ତା ପ୍ରକଟ କରିଛନ୍ତି ।
ସୁଚନାରୁ ପ୍ରକାଶ ଯେ, ପାଟଣାଗଡ ସହରସ୍ଥିତ ହିରା ସାଗର ପଡାରୁ ଜଣେ ୨୮ ବର୍ଷିୟ ଯୁବକ ସ୍ଥାନିୟ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ସେହିପରି ନୁତନ କରି ବଲାଙ୍ଗିରର ତାଲପାଲି ପଡା ଓ ସୁଦ ପଡାକୁ ସ୍ଥାନିୟ ସଂକ୍ରମଣ ବ୍ୟାପିଥିବା ସୁଚନା ରହିଥିବା ବେଳେ ତାଲପାଲି ପଡାରେ ଜଣେ ୫୬ ବର୍ଷିୟ ପୁରୁଷ ଓ ସୁଦ ପଡାରେ ଜଣେ ୭୩ ବର୍ଷିୟ ବୃଦ୍ଧ ସଂକ୍ରମଣ ର ଶିକାର ହୋଇଛନ୍ତି । ଉକ୍ତ ବୃଦ୍ଧ ଜଣକ ସହରର ଏକ ବ୍ୟସ୍ତ ବହୁଳ ଅଂଚଳରେ ଏକ ଓମଫେଡ ଓ ଚା ଦୋକାନ କରିଥିବା ଚର୍ଚ୍ଚା ହେଉଥିବା ସ୍ଥଳେ ଗତକାଲି ତାଙ୍କର ରିପୋର୍ଟ ପୋଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଛି । ତେବେ ଗତ କାଲି ପଯ୍ୟନ୍ତ ତାଙ୍କ ଦୋକାନ ଖୋଲାଥିବା ସ୍ଥଳେ ଅନେକେ ଏଥିରେ ସଂକ୍ରମିତ ହୋଇଥିବା ଲୋକେ ଆଶଙ୍କା କରୁଛନ୍ତି । ସେହିପରି ଏଯାଏଁ ସହରର ହାତିଶାଲ ପଡାରେ ସର୍ବାଧିକ ୬୧ ଜଣ, ଲାଲଟିକ୍ରା ରେ ୬ ଜଣ, ଠିକାଦାର ପଡାରେ ୬ ଜଣ, ତାଲପାଲି ପଡାରେ ୩ ଜଣ , ଆଦର୍ଶ ପଡାରେ ୨ଜଣ, ରାଧାରାଣି ପଡାରେ ୭ ଜଣ, ଖଦାଲ ପଡାରେ ୨ ଜଣ, ମାଲ ପଡାରେ ୨ଜଣ, କଲେଜ ଛକରେ ଜଣେ, ରେଳ ସ୍ଟେଷନରେ ଜଣେ,ବ୍ରାହ୍ମଣ ପଡାରେ ଜଣେ ସହ ସହର ନିକଟସ୍ଥ ବିଜିଲି ମୁଣ୍ଡାରେ ୨ଜଣ, ସିନଖମନରେ ୨ଜଣ ସମେତ ସମୁଦାୟ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି ।
ଏଭଳି ସ୍ଥଳେ ଯଥା ଶିଘ୍ର ସହରରେ ଘରକୁ ଘର ପରିକ୍ଷା କରାଯିବା ସହ ସାରା ସହରକୁ ସେନିଟାଇଜ କାରଯିବା ନେଇ ଲୋକେ ଦାବି କରୁଛନ୍ତି । ପ୍ରଶାସନ ଏ ଦିଗରେ ଯଥା ଶିଘ୍ର ତତ୍ପରତା ପ୍ରକାଶ ନକଲେ ସହରରେ ସଂକ୍ରମିତ ଙ୍କ ସଂଖ୍ୟା ବହୁ ଗୁଣରେ ବଢିବା ସ୍ଥିତି ଅନିୟନ୍ତ୍ରିତ ହେବ ବୋଲି ବୁଦ୍ଧିଯିବି ମାନେ ଚିନ୍ତା ପ୍ରକଟ କରୁଛନ୍ତି । ତେବେ ଅନ୍ୟ ଜିଲ୍ଲା ମାନଙ୍କ ତୁଳନାରେ ବଲାଙ୍ଗିରରେ ସଂକ୍ରମିତ ସଂଖ୍ୟା ଅପେକ୍ଷାକୃତ କମ ଥିବା ବେଳେ ଏପର୍ଯ୍ୟନ୍ତ ଆକ୍ରନ୍ତଙ୍କ ସଂଖ୍ୟା ୨୭୩ କୁ ବୃଦ୍ଧି ପାଇବା ସହ ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୩ ଜଣ ଚିକିତ୍ସିତ ହେଉଥିବା ସରକାରି ରିର୍ପୋଟରେ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking