30.1 C
Bhubaneswar
Friday, April 26, 2024
Homeଅପରାଧଦାଦା-ଖୁଡ଼ୀଙ୍କୁ ହାଣି କୂଅରେ ଫିଙ୍ଗିଲା ପୁତୁରା

ଦାଦା-ଖୁଡ଼ୀଙ୍କୁ ହାଣି କୂଅରେ ଫିଙ୍ଗିଲା ପୁତୁରା

ବଲାଙ୍ଗୀର : ଜମିବାଡ଼ି ବିବାଦରୁ ଦାଦା-ଖୁଡ଼ୀଙ୍କୁ ହାଣିଲା ପୁତୁରା । ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁ’ରେ । ଘଟଣାସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।
ସୂଚନା ଅନୁଯାୟୀ,ଜମିବାଡ଼ି ଭାଗବଣ୍ଟାକୁ ନେଇ ଦାଦା-ଖୁଡ଼ୀ ସହ ସହ ଦୀର୍ଘ ଦିନ ହେବ ବିବାଦ ଲାଗିରହିଥିଲା । ଗତକାଲି ସେମାନଙ୍କ ମଧ୍ୟରେ ବଚସା ଉଗ୍ର ରୂପ ଧାରଣା କରିବରୁ ପୁତୁରା ରାଗିଯାଇ ଏକ ଧାରୁଆ ଅସ୍ତ୍ରରେ ଦାଦା-ଖୁଡ଼ୀଙ୍କୁ ହାଣୀ କୂଅରେ ଫିଙ୍ଗି ଦେଇଥିଲା । ହେଲେ ଗାଁ’ଲୋକେ ପୁଲିସକୁ କବର ଦେଇଥିଲେ । ଘଟଣାସ୍ଥରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁତୁରାକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।
https://onakhabar.com/2020/06/05/malkangiri-anganwadi-news/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking