29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆଜିଠୁ ୧୧ ଜିଲ୍ଲା ଦୁଇଦିନିଆ ସଟ୍‌ଡାଉନ୍‌

ଆଜିଠୁ ୧୧ ଜିଲ୍ଲା ଦୁଇଦିନିଆ ସଟ୍‌ଡାଉନ୍‌

ଭୁବନେଶ୍ବର : କରୋନା ମୁକାବିଲା ଲାଗି ରାଜ୍ୟରେ ୧୧ଟି ଜିଲ୍ଲାରେ ଆଜିଠୁ ଆରମ୍ଭ ହେଉଛି ଦୁଇ ଦିନିଆ ସାପ୍ତାହିକ ସଟ୍‌ଡାଉନ୍‌। ଶନିବାର ଓ ରବିବାର ଦୁଇଦିନ ଧରି ରାଜ୍ୟର ୧୧ଟି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗୀର ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ। ଏହି ସମୟରେ ସମସ୍ତ ଦୋକାନବଜାର ଓ ଅଫିସ ବନ୍ଦ ରହିବ। ତେବେ କେତେକ ସେବାକୁ ରାଜ୍ୟ ସରକାର କଟକଣାମୁକ୍ତ କରିଛନ୍ତି। ପେଟ୍ରୋଲ ପମ୍ପ ଏବଂ ଔଷଧ ଦୋକାନ ଖୋଲା ରହିବ। ସେହିପରି ବସ୍‌, ଟ୍ରେନ୍ ଓ ବିମାନ ଚଳାଚଳ ଅବ୍ୟାହତ ରହିବ। ଏଥିରେ ଆସୁଥିବା ଯାତ୍ରୀଙ୍କୁ ନେବା ପାଇଁ ପୁଲିସଠାରୁ ସ୍ବୀକୃତିପ୍ରାପ୍ତ ଓଲା, ଉବେର, ଅଟୋ ଚଳାଚଳ କରିବ। ପଣ୍ୟଦ୍ରବ୍ୟ ପରିବହନ ପାଇଁ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଉନ୍ମକ୍ତ ରହିବ। ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ଓ କ୍ଲିୟରିଂ ହାଉସ୍ ଖୋଲା ରହିବ, କିନ୍ତୁ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ। ଏଥିସହ ସାମ୍ବାଦିକ, ମେଡିକାଲ କର୍ମଚାରୀ, ଟେଲିକମ୍ ସେକ୍ଟର କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀ, ପାନୀୟଜଳ ଯୋଗାଣ ଓ ପରିମଳ କର୍ମଚାରୀ, ବିଦ୍ୟୁତ୍ କ୍ଷେତ୍ରରେ ନିୟୋଜିତ କର୍ମଚାରୀ, ନିଜର ପରିଚୟପତ୍ର ବ୍ୟବହାର କରି କର୍ମସ୍ଥଳକୁ ଯାଇପାରି‌ବେ। ଫାର୍ମାସି ବା ମେଡିକାଲ ଷ୍ଟୋର୍ କର୍ମଚାରୀ ଟ୍ରେଡ୍ ଲାଇସେନ୍ସ ବା ପୂର୍ବରୁ ପ୍ରଦତ୍ତ ପାସ୍ ବଳରେ ଯାତାୟାତ କରିବେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking