40.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଜେଲ ଭିତରେ ଗୋଷ୍ଠୀ ସଂଘର୍ଷ, ୨ କଏଦୀ ମୃତ

ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ, ୨ କଏଦୀ ମୃତ

ଚଣ୍ଡିଗଡ: ଜେଲ ଭିତରେ କଏଦୀଙ୍କ ଗୋଷ୍ଠୀ ସଂଘର୍ଷ । ରକ୍ତାକ୍ତ ସଂଘର୍ଷ ହେବାରୁ ୨ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ପଞ୍ଜାବର ସଙ୍ଗରୁର ଜେଲରେ । ଦୁଇ ମୃତକ ହର୍ଷ ଓ ଧର୍ମେନ୍ଦ୍ର ବୋଲି ପରିଚୟ ମିଳିଛି । ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । ଦୁଇ ଆହତ ଗଗନଦୀପ ସିଂ ଏବଂ ମହମ୍ମଦ ସେହୱାଜକୁ ଚିକିତ୍ସା ନିମନ୍ତେ ପ୍ରଥମେ ସଙ୍ଗରୁରର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ପଟିଆଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । କେଉଁ କାରଣକୁ ନେଇ କଏଦୀଙ୍କ ମଧ୍ୟରେ ସଂଘର୍ଷ ହେଲା ତାହା ଅସ୍ପଷ୍ଟ ରହିଛି ।

ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ଚାରି ଜଣ ଅନ୍ତେବାସୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲା, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଆହତ ଅନ୍ତେବାସୀଙ୍କୁ ଅଧିକ ଚିକିତ୍ସା ପାଇଁ ପଟିଆଲା ଡାକ୍ତରଖାନାକୁ ପଠାଯାଇଛି । ଉଭୟଙ୍କ ପିଠି, ମୁଣ୍ଡ, ହାତ ଏବଂ କାନରେ ଗଭୀର ଆଘାତ ଲାଗିଛି । ଏସଏସପି ସରୋଜ ସିଂ ଚହଲ କହିଛନ୍ତି ଯେ, କଏଦୀଙ୍କ ମଧ୍ୟରେ ସଂଘର୍ଷ କାହିଁକି ଘଟିଲା ତା’ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଏହି ଘଟଣାରେ ଏକ ମାମଲା ପଞ୍ଜିକୃତ ହୋଇଛି । ପୋଲିସ ତଦନ୍ତ ଜାରି ରଖିଛି । ସଙ୍ଗରୁର ଜେଲରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସିମରନଜିତ ସିଂହ ଓ ମହମ୍ମଦ ଶାହବାଜ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଯାହା ରକ୍ତପାତରେ ପରିଣତ ହୋଇଥିଲା । ସିମରନଜିତ ନିଜ ୮ ଜଣ ସହଯୋଗୀଙ୍କ ସହ ମିଶି ମହମ୍ମଦର ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିଲା । ଦୁଇ କଏଦୀ କେଉଁ ଗୋଷ୍ଠୀର ତାହା ସ୍ପଷ୍ଟ ହୋଇନାହିଁ । ସିମରନଜିତ ବିରୋଧରେ ୧୮ଟି ମାମଲା ରହିଛି। ଦୁଇ ମୃତ କଏଦୀ ହର୍ଷ ଏବଂ ଧର୍ମେନ୍ଦ୍ରର ପରିବାର ଲୋକଙ୍କୁ ଏନେଇ ସୂଚନା ଦିଆଯାଇଛି ନା ନାହିଁ ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଉଭୟ କେତେ ବର୍ଷ ହେଲା ଜେଲରେ ବନ୍ଦୀ ଜୀବନ କଟାୁଥିଲେ ଓ କେଉଁ ମାମଲାରେ ଅପରାଧି ସାବ୍ୟସ୍ତ ହୋଇ ଜେଲକୁ ଆସିଥିଲେ ସେନେଇ ଜେଲ ପକ୍ଷରୁ କିଛି କୁହାଯାଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking