31.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଗୃହରେ ଯେତେ ପ୍ରକାର ସମସ୍ୟା ଆସିଲେ ମଧ୍ୟ ତା’ର ଠିକ୍ ସମାଧାନ କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟ ପରିବହନ ପ୍ରକାଶନ ନିର୍ମାଣ ସଭା ସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । କୌଣସି କ୍ଷେତ୍ରରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହାକି ସମସ୍ୟାକୁ ବଢ଼ାଇ ଦେଇପାରେ ।
ବୃଷ : ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଲକ୍ଷ ପୂରଣ ହୋଇଯିବ । ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରିପାରିବେ ନାହିଁ । ବୃହସ୍ପତିଙ୍କ ପ୍ରଭାବରୁ ଯାହା ଭାବୁଛନ୍ତି କରି ଚାଲନ୍ତୁ । କୌଣସି ଅସୁବିଧା ହେବ ନାହିଁ । ମହିଳାମାନେ ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡ଼ିବା ସକାଶେ ଚେଷ୍ଟା କରିବେ ।
ମିଥୁନ : ଆଜି ଆଶା ଅନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ଆଶାରେ ବିଜୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ । ଅବଶ୍ୟ ଆକସ୍ମିକ ଭାବେ ବନ୍ଧୁଙ୍କ ବ୍ୟବହାରରେ ବିଷମତା ପରିଲିକ୍ଷିତ ହେବ । ଯାହାକି ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇଯିବ ।
କର୍କଟ : ଆଜି ହଠାତ୍ କୌଣସି ଖବର ପାଇ ଖୁସି ହେବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ନିଜର ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡ଼ିବା ସକାଶେ ଆପ୍ରାଣ ଚେଷ୍ଟା କରିବେ ।
ସିଂହ : ବହୁଦିନର ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବା ସକାଶେ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି । ରାଜନୀତି କିମ୍ବା ଆଲୋଚନା କ୍ଷେତ୍ରରେ ଜଣେ ବିବାଦୀୟ ବ୍ୟକ୍ତି ଅସୁବିଧା ପକାଇବାର ସୂଚନା ରହିଛି । ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଅଶାପୂରଣ କରିବେ ।
କନ୍ୟା : କୌଣସି ସମସ୍ୟା ବିଷୟରେ ଭାବୁଥିବା କଥାଟିକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ମିଳିବ । କିନ୍ତୁ ଶାନ୍ତି କିମ୍ବା ସନ୍ତୋଷରେ ନୁହେଁ । ନିକଟ ସମ୍ପର୍କୀୟମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ ।
ତୁଳା : ଆଜି କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବନାହିଁ । ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିପାରନ୍ତି ।
ବିଛା : ଆପଣଙ୍କ ଆର୍ଥିକ ପରିସ୍ଥିତି ଭଲ ରହିବ । ପୂର୍ବରୁ ଲାଗି ରହିଥିବା କଳହ ସମାଧାନ ହୋଇଯିବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ । କର୍ମକ୍ଷେତ୍ରରେ ପ୍ରଗତିର ସମ୍ଭାବନା ରହିଛି । ନୂତନ ଗୃହ କରିପାରିବେ । ଛାତ୍ରଛାତ୍ରୀମାନେ କର୍ମଯୋଗୀ ହୋଇପାରନ୍ତି ।
ଧନୁ : ଆଜି ଦିନଟି ଅପଣଙ୍କ ପକ୍ଷେ ଭଲ ହେବ ନାହିଁ । ଶତ୍ରୁର ସମ୍ମୁଖିନ ହୋଇପାରନ୍ତି । ମାନଶିକ ଅଶାନ୍ତି ତଥା ପାରିବାରିକ କଳହ ଲାଗି ରହିବ । ସ୍ୱାସ୍ଥ୍ୟହାନୀ ଓ ଅର୍ଥଭାବ ପାଇଁ ବିବ୍ରତ ହୋଇପାରନ୍ତି । ମହିଳାମାନେ ଇର୍ଷାପରାୟଣ ହେବେ ।
ମକର : ଆଜି ବ୍ୟବସାୟ ଲାଭବାନ୍ ହେବ । ଆପଣଙ୍କର ଅର୍ଥଭାବ ଦୂର ହେବ । ଶୁଭ ଖବର ପାଇଁ ଖୁସି ହେବେ । କୃଷି କ୍ଷେତ୍ରରେ ଲାଭବାନ୍ ହେବେ । ସତର୍କତା ସହ ଚଳିବାକୁ ଚେଷ୍ଟା କରନ୍ତୁ । କେତେକ କ୍ଷେତ୍ରରେ ଅଯଥା ଅପମାନ ହୋଇପାରନ୍ତି ।
କୁମ୍ଭ : ଆଜି ସ୍ତ୍ରୀ ଓ ପିଲାଙ୍କ ପାଇଁ ବ୍ୟସ୍ତ ହେବେ । ବ୍ୟବସାୟରେ ମଧ୍ୟମ ଧରଣର ଲାଭହେବ । ବନ୍ଧୁମାନଙ୍କ ପ୍ରତି ଅପ୍ରତୀ ହେବେ । ଆପଣଙ୍କ ଶରୀର ସୁସ୍ଥ ରହିବ । ମହିଳାମାନେ ପାରିବାରିକ ଅଶାନ୍ତି ଲାଭ କରିବେ । ବିଦ୍ୟାର୍ଥୀମାନେ ଅମନଯୋଗ ହୋଇପାରନ୍ତି ।
ମୀନ : କର୍ମକ୍ଷେତ୍ରରେ ପଦୋନ୍ନତି ଘଟିପାରେ । ପରିବାରରେ ଶାନ୍ତି ମିଳିବ । ଆପଣଙ୍କର ନୂତନ ନିଯୁକ୍ତି ସୃଷ୍ଟି ହୋଇପାରେ । ଆପଣଙ୍କ ଶରୀର ସୁସ୍ଥ ରହିବ । ଜଟିଳ ସମସ୍ୟା ସମାଧାନ ହୋଇଯିବ । ନୂତନ ଭୂମି କ୍ରୟ କରିପାରନ୍ତି । ମହିଳାମାନେ ସମ୍ମାନୀତ ହୋଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking