29.1 C
Bhubaneswar
Wednesday, May 8, 2024
Homeଓଡିଶାମାଡ଼ି ଆସୁଛି ବାତ୍ୟା, ମତ୍ସ୍ୟଜୀବୀମାନଙ୍କୁ ସମୂଦ୍ର ଭିତରକୁ ନଯିବାକୁ ପରାମର୍ଶ

ମାଡ଼ି ଆସୁଛି ବାତ୍ୟା, ମତ୍ସ୍ୟଜୀବୀମାନଙ୍କୁ ସମୂଦ୍ର ଭିତରକୁ ନଯିବାକୁ ପରାମର୍ଶ

ଭୁବନେଶ୍ୱର :  ଆଜି ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ କେନ୍ଦ୍ର୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୂଦ୍ର ପତ୍ତନ ଠାରୁ  ୩.୧ କି.ମି ରୁ ୫ ୯କି.ମି ମଧ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ  ଆସନ୍ତାକାଲି ପୂର୍ବ;କନ୍ଦ୍ରୀୟ ବଙ୍ଗୋପସାଗରର ଏବଂ ସଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଗୋଟି ଲଘୁଚାପ କ୍ଷେତ୍ର ହେବାର ସମ୍ଭବନା ରହିଛି ।  ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ବେଳକୁ  ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ  ହେବାର ସମ୍ଭବନା ରହିଛି ।  ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ଆହୁରି ଘନିଭୂତ ହୋଇ ୨୬ ତାରିଖ ସକାଳ ସମୟରେ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବା ସମ୍ଭବନା ରହିଛି ।

ବର୍ଷାଜନିତ ଚେତାବନୀ….

୨୫ରୁ  ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ।  ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ସହିତ ବିସ୍ତାରର ବୃଦ୍ଧି ହେବାର ସମ୍ଭବନା ରହିଛି ।

ପବନଜନିତ ଚେତାବନୀ….

୨୨ତାରିଖ ବେଳକୁ  ଆଣ୍ଡାମାନ ସାଗର, ସଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ୪୦ ରୁ ୫୦କି.ମି ଝଟକା ପବନ  ଘଣ୍ଟା ପ୍ରତି ୬୦ କି.ମି ରହିବାର ସମ୍ଭବନା ରହିଛି ।  ଏହି ପବନ ୨୩ ତାରିଖ ସକାଳ  ପରଠାରୁ  ପୂର୍ବ କେନ୍ଦ୍ରୀୟ ଏବଂ ସଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୪୫ରୁ  ୫୫ କି.ମି ତଥା ଝଟକା ପବନ ୬୫ କି.ମି ରହିବାର ସମ୍ଭବନା ରହିଛି ।  ପରବର୍ତ୍ତୀ ସମୟରେ ଆହୁରି ବୃଦ୍ଧି ପାଇପାରେ ।  ୨୩ତାରିଖ ସକାଳ ବେଳକୁ  କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ବେଗ  ୫୦ ରୁ ୬୦ କି.ମି  ତଥା ଝଟକା ପବନ ଘଣ୍ଟା ପ୍ରତି ୭୦ କି.ମି ରହିବାର ସମ୍ଭବନା ରହିଛି ।  ୨୪ ତାରିଖ ଠାରୁ  ଏହି ପବନ ଘୂର୍ଣ୍ଣାୟମାନ  ହେବା ସହ ଘଣ୍ଟା ପ୍ରତି ବେଗ  ୬୫ରୁ ୭୫ କି.ମି ତଥା ଝଟକା ପବନ ଘଣ୍ଟା ପ୍ରତି ୮୫ କି.ମି ରହିବାର ସମ୍ଭବନା ରହିଛି ।  ଏହା କ୍ରମାଗତ ଭାବେ  ୨୫ ତାରିଖ ଯାଏଁ ବୃଦ୍ଧି ହେବାର ସମ୍ଭବନା ରହିଛି ।

ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୨୪ ତାରିଖ ସନ୍ଧ୍ରା ବେଳକୁ  ଝଡ଼ ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କି.ମି ତଥା ଝଟକା ପବନ ଘଣ୍ଟା ପ୍ରତି ୬୦ କି.ମି ରହିବାର ସମ୍ଭବନା ରହିଛି ।  ଏହା ଧୀରେ ଧୀରେ ବୃଦ୍ଧି ହୋଇ ୨୫ ତାରିଖ ସନ୍ଧ୍ୟା ଠାରୁ  ଝଡ଼ ପବନ ଘଣ୍ଟା ପ୍ରତି ବେଗ  ୫୦ ରୁ ୬୦ କି.ମି  ତଥା ଝଟକା ପବନ ଘଣ୍ଟା ପ୍ରତି ୭୦ କି.ମି ରହିବା ସହିତ ୨୬ ତାରିଖ ଅପରାହ୍ନ ଯାଏଁ ଆହୁରି ଶକ୍ତିଶାଳୀ ହେବାର ସମ୍ଭବନା ରହିଛି ।

ସମୂଦ୍ରର ସ୍ଥିତି ….

୨୩ ତାରିଖ ବେଳକୁ  ଆଣ୍ଡାମାନ ସାଗର ସଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୂଦ୍ରର ସ୍ଥିତି ଅତ୍ୟନ୍ତ ଖରାପ ରହିବାର ସମ୍ଭବନା ରହିଛି ।  ୨୪ରୁ ୨୬ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ଅଧିକାଂ ଅଞ୍ଚଳ ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳରେ ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭବନା ରହିଛି ।

ମତ୍ସ୍ୟଜୀବୀମାନଙ୍କ ପାଇଁ  ଜାରି ହୋଇଥିବା ଚେତାବନୀ….

ମତ୍ସ୍ୟଜୀବୀମାନଙ୍କୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଗଭୀର ସମୂଦ୍ର ଅଞ୍ଚଳରେ ଏବଂ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳ ମଧ୍ୟକୁ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବେଶ ନକରିବା ପାଇଁ ପରାମର୍ଶ ଦିଆଯାଇଛି ।  ଗଭୀର ସମୂଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ , ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking