37.1 C
Bhubaneswar
Sunday, April 28, 2024
Homeକରୋନା ଓଡିଶାବ୍ୟାଙ୍କ କର୍ମଚାରୀ ମାନଂକୁ କରୋନା ଯୋଦ୍ଧା ଟୀକା କରଣ

ବ୍ୟାଙ୍କ କର୍ମଚାରୀ ମାନଂକୁ କରୋନା ଯୋଦ୍ଧା ଟୀକା କରଣ

ଯାଜପୁର : ଓଡିଶା ରାଜ୍ୟ ସରକାର ବ୍ୟାଙ୍କକର୍ମଚାରୀମାନଙ୍କୁ କରୋନାଯୋଦ୍ଧା ଘୋଷଣା କଲା ପରେ ଆଜି ଯାଜପୁର ଜିଲ୍ଲା ପ୍ରଶାଶନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଭାରତୀୟ ଷ୍ଟେଟବ୍ୟାଙ୍କର ମିଳିତ ଉଦ୍ୟମରେ ଯାଜପୁର ଜିଲ୍ଲାର ସରକାରୀ ତଥା ବେସରକାରୀ ବ୍ୟାଙ୍କ କର୍ମଚାରୀ ମାନଙ୍କ ଟୀକାକରଣ କରାଯାଇଛି। ଭାରତୀୟ ଷ୍ଟେଟବ୍ୟାଙ୍କର ଚାରୋଟି ଶାଖା ଯଥା ଯାଜପୁର ଟାଉନ,ଯାଜପୁର ରୋଡ଼,ଚଣ୍ଡିଖୋଲ ଓ କୁଆଖିଆ ଶାଖାରେ ଯଥାକ୍ରମେ 152,80,100 ଓ 50 ସର୍ବମୋଟ 382 ଜଣଙ୍କର covid ଟୀକାକରଣ କରାଯାଇଅଛି। ସାମ୍ପ୍ରତିକ ପରିସ୍ଥିତିରେ ବ୍ୟାଙ୍କ କର୍ମଚାରୀମାନେ ପ୍ରତ୍ୟେହ ଶତାଧିକ ଗ୍ରାହକମାନଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ଜୀବନ ତଥା ଗ୍ରାହକମାନଙ୍କ ଜୀବନ ସୁରକ୍ଷାକୁ ଆଖି ଆଗରେ ରଖି ନିଆଯାଇଥିବା ଆଗୁଆ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମଟିକୁ ମୁଖ୍ୟତଃ ଯାଜପୁର ଜିଲ୍ଲା LDM ଶ୍ରୀ ମନୋଜ କୁମାର ପ୍ରଧାନୀ, ମୁଖ୍ୟ ପ୍ରବନ୍ଧକ ଶ୍ରୀ ଜନ୍ମେଞ୍ଜୟ ବଂଶୀଧର ଜେନା ଓ ଯାଜପୁର ରୋଡ଼ ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ପ୍ରବୀର ଚନ୍ଦ୍ର ସାହୁ ଆୟୋଜନ କରାଇଥିଲେ। ମୁଖ୍ୟ ପ୍ରବନ୍ଧକ ଶ୍ରୀ ଅରୁଣ କୁମାର ରାଉତରାୟ, ଶ୍ରୀ ରାଜେନ୍ଦ୍ର ନାରାୟଣ ପତ୍ରୀ ଓ ରମଣୀ ରଞ୍ଜନ ଭାଗବତ ସାହୁ ଯାଜପୁରରୋଡ଼,ଚଣ୍ଡିଖୋଲ ଓ କୁଆଖିଆ କ୍ୟାମ୍ପ ର ପରିଚାଳନା କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ରସୁଲପୁର BDO ଶ୍ରୀ ଉମାକାନ୍ତ ପରିଡା କୁଆଖିଆ କ୍ୟାମ୍ପର ଉଦଘାଟନ କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ଖୁବଶୀଘ୍ର ଅବଶିଷ୍ଟ ବ୍ୟାଙ୍କ କର୍ମଚାରୀଙ୍କ ଟୀକାକରଣ କରାଯିବ।ସାମାଜିକ ଦୂରତ୍ୱ ରଖି ଶୃଙ୍ଖଳାର ସହ ଟୀକାକରଣ କାର୍ଯ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୂର୍ଣ ସହଯୋଗ କରିଥିବାରୁ ସବୁ ବ୍ୟାଙ୍କ ମିଳିତ ଭାବରେ କୃତଜ୍ଞତା ଜଣାଇଥିଲେ।
ରିପୋର୍ଟ ଅଭିମନ୍ୟୁ ମିଶ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking