28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆପଣ ଜାଣିଛନ୍ତି କି ସୁରକ୍ଷା ଯବାନ କାହିଁକି ପିଇଥାଆନ୍ତି ମଦ ? କାହିଁକି ସେମାନଙ୍କ ଉପରେ...

ଆପଣ ଜାଣିଛନ୍ତି କି ସୁରକ୍ଷା ଯବାନ କାହିଁକି ପିଇଥାଆନ୍ତି ମଦ ? କାହିଁକି ସେମାନଙ୍କ ଉପରେ କୌଣସି କଟକଣା ରହେନାହିଁ

ନୂଆଦିଲ୍ଲୀ : ମଦ୍ୟପନ ଶରୀର ପାଇଁ କେତେ କ୍ଷତିକାରକ ଆପଣମାନେ ସମସ୍ତେ ଜାଣିଥିବେ। ଏଥିପାଇଁ କିଛି ରାଜ୍ୟ ମଧ୍ୟ ମଦକୁ ବ୍ୟାନ୍ କରିଛନ୍ତି। ହେଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଯଦି ମଦ ଏତେ କ୍ଷତିକାରକ ତେବେ ସେନାର ଯବାନମାନଙ୍କୁ ଏହା କଣ ପାଇଁ ଦିଆଯାଉଛି ? ତାହା ପୁଣି କମ୍ ଦାମ୍ରେ। ଆପଣଙ୍କ ଭିତରେ ଅନେକ ପ୍ରଶ୍ନ ଉଙ୍କିମାରୁଥିବ ନିଶ୍ଚୟ। ତେବେ ଆସନ୍ତୁ ଜାଣିବା ଯବାନମାନଙ୍କୁ କାହିଁକି ଦିଆଯାଏ ମଦ।
ଶତ୍ରୁଙ୍କ ସହ ମୁକାବିଲା କରିବା ପାଇଁ ଯାବନାମାନଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତି ସହି ନିଜ ଡ୍ୟୁଟି କରିବାକୁ ପଡ଼େ। ଭାରତୀୟ ସେନାଙ୍କର ଜୀବନ ଅତ୍ଯନ୍ତ କଠିନ ହୋଇଥାଏ। ଜଣେ ସାଧାରଣ ମଣିଷ ପାଇଁ ତାହା ହୁଏତ ସମ୍ଭବ ହୋଇନଥାଏ। ଏତିକି ବେଳେ ସେମାନଙ୍କୁ ସବୁବେଳେ ସୁସ୍ଥ ରହିବାକୁ ପଡ଼ିଥାଏ। ମଦ୍ଯପାନ ଶରୀର ପ୍ରତି କ୍ଷତିକାରକ ହୋଇଥିଲେ ମଧ୍ୟ ସେମାନଙ୍କୁ ମଦ ପିଇବାକୁ ଦେବା ପଛରେ ଅନେକ କାରଣ ରହିଛି।
ଭିଷଣ ଥଣ୍ଡା ସ୍ଥାନରେ ସେନାବାହିନୀ ସୀମାରେ ଠିଆ ହୋଇ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବାରୁ ଏହି ସ୍ଥାନରେ ମଦ ସେନାକୁ ଗରମ ରହିବାରେ ସହାୟତା କରିଥାଏ। ଯବାନଙ୍କୁ ଦେଶର ସୁରକ୍ଷା ପାଇଁ ନିଜ ପରିବାରଠୁ ସେମାନେ ଦୂରରେ ରହିଥାନ୍ତି। ଏଣୁ ଯେତେବେଳେ ସେ ବ୍ଯସ୍ତ ନଥାନ୍ତି ସେତେବେଳେ ଏକଲାପଣ ଲାଗିଥାଏ ଏତିକି ବେଳେ ମଦ ଏକଲାପଣ ଦୂର କରିଥାଏ।
ବ୍ରିଟିଶ ଅମଳରେ ଏକ ନିୟମ ଥିଲା କି, ସେମାନେ ତାଙ୍କ ସୁରକ୍ଷାକର୍ମୀ ତଥା ଯବାନଙ୍କୁ ମଦ୍ଯପାନ କରିବାକୁ ଦେଉଥିଲେ। ବ୍ରିଟିଶ୍ ବେଳର ଅନେକ ପରମ୍ପରାକୁ ଅନୁସରଣ କରିବା ଭଳି ଏହି ପରମ୍ପରାକୁ ମଧ୍ୟ ଭାରତୀୟ ସେନା ଅନୁସରଣ କରୁଛନ୍ତି। ମାତ୍ର ସେନାର ଯବାନ ନିଜ ସୀମାରୁ ଅଧିକ ମଦ ପିଅନ୍ତି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking