27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଗାଲରେ ଡିମ୍ପଲ ପଡ଼ିଥିବା ଝିଅ ହୋଇଥାନ୍ତି ଖାସ୍, ଜୀବନରେ ଅନେକ ଖୁସି ପାଇଥାନ୍ତି ଏମାନେ...

ଗାଲରେ ଡିମ୍ପଲ ପଡ଼ିଥିବା ଝିଅ ହୋଇଥାନ୍ତି ଖାସ୍, ଜୀବନରେ ଅନେକ ଖୁସି ପାଇଥାନ୍ତି ଏମାନେ…

ନୂଆଦିଲ୍ଲୀ : ଜ୍ୟୋତିଷ ଶାସ୍ତ୍ର ଭଳି ସାମୁଦ୍ରିକ ଶାସ୍ତ୍ର ବ୍ୟକ୍ତିର ପ୍ରକୃତି, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ସମ୍ପର୍କରେ ସୂଚନା ଦେଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ରାଶି ଆଧାରରେ ଗଣନା କରାଯାଇଥାଏ। ତେଣୁ ସାମୁଦ୍ରିକ ଶାସ୍ତ୍ର ବ୍ୟକ୍ତିର ଶରୀରର ଅଙ୍ଗର ଆକାର, ରଙ୍ଗ, ଶରୀର ଚିହ୍ନ ଇତ୍ୟାଦି ଆଧାରରେ ଏହି ଗଣନା କରିଥାଏ। ପ୍ରତ୍ୟେକ ବ୍ୟକ୍ତିର ଶରୀର ଗଠନ ଅଲଗା ଏବଂ ଏହା ଉପରେ ବ୍ୟକ୍ତିର ପ୍ରକୃତି ଏବଂ ଭବିଷ୍ୟତ ନିର୍ଭର କରେ।
ଆଜି ଆମେ ସେଇ ଝିଅଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ଗାଲରେ ଡିମ୍ପଲ ପଡ଼ିଥାଏ। ଝିଅଙ୍କ ଗାଲରେ ଡିମ୍ପଲ ପଡ଼ିଲେ ସେମାନଙ୍କର ସୌନ୍ଦର୍ଯ୍ୟତା ଦୁଇଗୁଣ ହୋଇଥାଏ। କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ଏହି ସବୁ ଆଧାରରେ ବ୍ୟକ୍ତିର ସ୍ୱାଭବ, ଭବିଷ୍ୟତ ଓ ପସନ୍ଦ-ନାପସନ୍ଦ ଜଣାଯାଇଥାଏ।ଆସନ୍ତୁ ଜାଣିବା ଗାଲରେ ଡିମ୍ପଲ ପଡ଼ିଲେ ଜିଅଙ୍କ ସ୍ୱାଭବ କେମିତି ହୋଇଥାଏ।
– ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଝିଅଙ୍କ ଗାଲରେ ଡିମ୍ପଲ ପଡ଼ିଥାଏ ସେମାନଙ୍କର ଆର୍ଥିକ ସ୍ଥିତି ଅନ୍ୟ ଝିଅଙ୍କ ତୁଳନାରେ ସ୍ୱଚ୍ଛଳ ରହିଥାଏ। ଏହି ଝଅ ଜୀବନରେ ଅନେକ ଶୁଖ ପାଇଥାନ୍ତି। ଏମାନେ ଖୋଲା ହାତରେ ପଇସା ଖର୍ଚ୍ଚ କରିଥାନ୍ତି। ଏହା ସହିତ ବିବାହ ପରେ ଏହି ଝିଅମାନେ ଜାବନରେ ଅନେକ ଖୁସି ପାଇଥାନ୍ତି।
– ସେହିପରି ଯେଉଁ ଝିଅଙ୍କ ଗାଲରେ ତିଳ ରିହଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଜୀବନରେ ସବୁ କାର୍ଯ୍ୟରେ ସଫଳତା ପାଇଥାନ୍ତି। ହେଲେ ପୁରୁଷଙ୍କ ଗାଲରେ କଳା ତିଳ ରହିଥିଲେ ଶୁଭ ହୋଇନଥାଏ। ସାମୁଦ୍ରିକ ଶାସ୍ତ୍ରରେ ଏହା ଅଶୁଭ ବୋଲି କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking