28.1 C
Bhubaneswar
Saturday, April 27, 2024
Homeଓଡିଶାଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ ଦୀନଦୟାଲଜୀଙ୍କ ଏକ ଅଭୂତପୂର୍ବ ସଫଳତା : ବିଜେପି

ଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ ଦୀନଦୟାଲଜୀଙ୍କ ଏକ ଅଭୂତପୂର୍ବ ସଫଳତା : ବିଜେପି

 ଦୀନଦୟାଲଜୀଙ୍କ ଭଳି ଆମ୍ଭେମାନେ ସଂପୂର୍ଣ୍ଣ ସମର୍ପଣ ଭାବ ସହ ରାଷ୍ଟ୍ରହିତ ଓ ସମାଜହିତ କାର୍ଯ୍ୟରେ ନିଜକୁ ଗଢି
ତୋଳିବା ଉଚିତ୍‌
 ସମାଜର ଅର୍ଥନୈତିକ ଶିଡିର ସବୁଠାରୁ ତଳ ସୋପାନରେ ଥିବା ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ
କରିବାକୁ ଆହ୍ୱାନ
 ଗ୍ରାମାଂଚଳରେ ବାସ କରୁଥିବା ଗରିବ ଏବଂ ସମାଜର ଅବହେଳିତ ବ୍ୟକ୍ତିମାନଙ୍କ ପ୍ରତି ଦୀନଦୟାଲଜୀଙ୍କ ସଂକଳ୍ପବଦ୍ଧତାକୁ
ସ୍ମରଣ କଲେ ବିଜେପି ନେତୃବୃନ୍ଦ
 ସମର୍ପଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ରାଜ୍ୟ କାର୍ଯ୍ୟାଳୟରେ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଶୁଣିବା
ସହ ଦୀନଦୟାଲଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଲେ

ଭୁବନେଶ୍ୱର : ଭାରତୀୟ ଜନସଂଘ ପାର୍ଟିର ସହ ସଂସ୍ଥାପକ ତଥା ଭାରତୀୟ ଜନସଂଘର ପ୍ରଥମ ସଂଗଠନ ସଂପାଦକ
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୩ତମ ପୂର୍ଣ୍ଣତିଥି ତଥା ସମର୍ପଣ ଦିବସ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ବିଜେପି ନେତୃବୃନ୍ଦ ଓ
କର୍ମୀମାନେ ଏକାଠି ହୋଇ ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲଜୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି
ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଦଳୀୟ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ ।
ସମାଜର ଅର୍ଥନୈତିକ ଶିଡିର ସବୁଠାରୁ ତଳ ସୋପାନରେ ଥିବା ଅନଗ୍ରସର ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ଦୀନଦୟାଲ
କାର୍ଯ୍ୟ କରୁଥିଲେ । ଅନ୍ତ୍ୟୋଦୟ ପରିକଳ୍ପନା ପଣ୍ଡିତ ଦୀନଦୟାଲଙ୍କ ଏକ ଅଭୂତପୂର୍ବ ସଫଳତା । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ
ବାଜପେୟୀ ଏହି ପରିକଳ୍ପନାକୁ ଆଧାର କରି କାର୍ଯ୍ୟ କରିଥିଲେ । ବର୍ତମାନ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀନଦୟାଲଜୀଙ୍କ
ଅନ୍ତୋଦୟ ପରିକଳ୍ପନାକୁ ଆଧାର କରି ବହୁ ସଫଳତା ପାଇଛନ୍ତି । ବିଶେଷ ଭାବେ ଦେଶରେ ବସବାସ କରୁଥିବା ଗରୀବ ଓ ଆର୍ଥିକ ଅନଗ୍ରସଙ୍କ
ପାଇଁ ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି । ଦୀନଦୟାଲଜୀଙ୍କ ଭଳି ଆମ୍ଭେମାନେ ସଂପୂର୍ଣ୍ଣ ସମର୍ପଣ
ଭାବ ସହ ରାଷ୍ଟ୍ରହିତ ଓ ସମାଜହିତ କାର୍ଯ୍ୟରେ ନିଜକୁ ଗଢି ତୋଳିବା ଉଚିତ୍ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର
କହିଛନ୍ତି ।
ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ
ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଭାରତୀୟ ଜନସଂଘ ଦଳର ନୀତି ଓ ସିଦ୍ଧାନ୍ତ ଉପସ୍ଥାପନା କରିବାକୁ ଯାଇ
ଦୀନଦୟାଲଜୀ ଏକାତ୍ମ ମାନବବାଦ ଦର୍ଶନ ପ୍ରସ୍ତୁତ କରିଥିଲେ । ପରବର୍ତୀ ସମୟରେ ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ନିଜର
ବୈଚାରିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରି ଏହାକୁ ପଂଚନିଷ୍ଠାରେ ସ୍ଥାନୀତ କରିଛି । ବାଲ୍ୟାବସ୍ଥାରୁ ଦୁଃଖକଷ୍ଟରେ ଜୀବନ ବିତାଇଥିବା
ଦୀନଦୟାଲଜୀ ସର୍ବଦା ନିଜକୁ ସମାଜ ସେବାରେ ଜଡିତ ଥିଲେ । ଗ୍ରାମାଂଚଳରେ ବାସ କରୁଥିବା ଗରିବ ଏବଂ ସମାଜର ଅବେହେଳିତ
ବ୍ୟକ୍ତିମାନଙ୍କ ପ୍ରତି ଦୀନଦୟାଲଜୀଙ୍କ ସଂକଳ୍ପବଦ୍ଧତାକୁ ବିଜେପି ନେତୃବୃନ୍ଦ ସ୍ମରଣ କରିଥିଲେ । ଦୀନଦୟାଲଙ୍କ ଏକାତ୍ମ ମାନବବାଦ, ଆଜି
ଭାରତୀୟ ରାଜନୀତିରେ ଗରିବଙ୍କ ଉତଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ । ଦୀନଦୟାଲ ଯେତେବେଳ ରାଜନୀତିରେ ସକ୍ରିୟ ଥିଲେ ସେତେବେଳେ
ସାଂପ୍ରତିକ ରାଜନୀତିରେ କଂଗ୍ରେସ ଓ ବାମପନ୍ଥୀ ବିଚାରକୁ ପ୍ରତିହତ କରି ଜନସଂଘର ବିଚାରକୁ ଜନମାନସରେ ସ୍ଥାନୀତ କରିବାରେ ତାଙ୍କ ଭୂମିକା
ଅତୁଳନୀୟ ।
ସମର୍ପଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ରାଜ୍ୟ କାର୍ଯ୍ୟାଳୟରେ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଶୁଣିବା ସହ
ଦୀନଦୟାଲଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ
(ସଙ୍ଗଠନ) ମାନସ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସଜ୍ଜନ ଶର୍ମାଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking